ବୌଦ୍ଧ: ବୌଦ୍ଧ ଜିଲାରେ ଦିତୀୟ ପର୍ଯ୍ୟାୟରେ ଭୋଟ ଗହଣ ହେବାକୁ ଥିବା ବେଳେ ଜିଲା ପୁଲିସ ପକ୍ଷରୁ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ କରିବାକୁ ଜିଲାପଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି। ନିର୍ବାଚନ ସମୟରେ ଆଇନ ଶୃଙ୍ଖଳାକୁ ଦୁୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନ ଗୁଡିକରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଶୁକ୍ରବାର ଦିନ ବୌଦ୍ଧ ଥାନା ପକ୍ଷରୁ ବୌଦ୍ଧ ସହରରରେ ଫ୍ଲାଗମାର୍ଚ୍ଚ କରାଯାଇଛି।
ଏସଡିପିଓ କୁଲଦୀପ ମୀନାଙ୍କ ନେତୃତ୍ୱରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ମର୍ଯ୍ୟାକୁଦ ଠାରୁ ଆରମ୍ଭ ହୋଇ ସହରର ନୁଆସାହି, ବୁଟୁପାଲି , ରାଜନପାଲି ଆଦି ବିଭିନ୍ନ ୱାର୍ଡରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଲୋକଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ କୌଣସି ଭୟ ନରଖି ଭୋଟ ଦେବାକୁ ସଚେତନ କରାଯାଇଥିଲା। ଫ୍ଲାଗ ମାର୍ଚ୍ଚରେ ବୌଦ୍ଧ ଥାନା ଅଧିକାରୀ ରଞିତ କୁମାର ମୁନୀ ଓ ଆଇଆରବି ଯବାନ ମାନେ ସାମିଲ ଥିଲେ।



