www.samajalive.in
Monday, December 15, 2025
26.1 C
Bhubaneswar

ବାଇକ ଦୁର୍ଘଟଣାରେ ୫ ଆହତ

ରେଙ୍ଗାଲିକ୍ୟାମ୍ପ : ଆଜି ଅପରାହ୍ନ ୩ଟାରେ ଅତାବିରା ବସ୍ ଷ୍ଟାଣ୍ଡ ଛକରେ  ଗୋଟିଏ  ଏକ୍ଟିଭ ଯୁପିଟର୍ ସହ ଡିଲକ୍ସ ଗାଡ଼ି ଧକ୍କା ଦେବା ଫଳରେ ଚାରିଜଣ ଗୁରୁତର ହୋଇଛନ୍ତି। ଘଟଣାରୁ ଜଣାପଡିଛି ଯେ  ଜୁପିଟର୍ ଏକଟିଭକ୍ଷ ଗାଡିରେ ବଇଯା ର ଅମିତ୍ ସିଂ(୨୯), ତାଙ୍କ ଶଳା ଲଡୁଖାଇ ର ରାଜେଶ ବାଗ(୨୮)ଓ ସାଙ୍ଗ ଶିଶିର କୁମାର ଭୋଇ ଆର୍ ଆଇ କର୍ମଚାରୀ ଅତାବିରା  କୌଣସି କୋର୍ଟ କାମରେ ଅତାବିରା ଆସି କୁଲୁଣ୍ଡା ପଟ ରାସ୍ତାରୁ ଆର ପଟକୁ ପାରି ହେଉଥିବା ସମୟରେ  ସମ୍ବଲପୁର ରୁ ବରଗଡ଼ ପଟକୁ ଆସୁଥିବା ସି ଡି ଡିଲକ୍ସ ଗାଡ଼ିରେ ଆସୁଥିବା ଏସ ରାମପୁର ର ସଂଜୟ ପ୍ରଧାନ (୩୨) ଓ ଜିତେନ୍ଦ୍ର ଭୋଇ ଜାତୀୟ ରାଜପଥରେ  ଧକ୍କା  ହେବା ଫଳରେ  ଉଭୟ ଗାଡ଼ିରେ ଥିବା ସମସ୍ତେ ଛିଟିକି  ତଳେ  ପଡ଼ିଯାଇଥିଲେ। ଏମାନଙ୍କ ମଧ୍ୟରୁ ଅମିତ୍ ସିଂ ସାମାନ୍ୟ  ଆଘାତ ପଶିଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଅତାବିରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ  ଚିକିତ୍ସା ପରେ ତାଙ୍କୁ ସ୍ଥାନୀୟ ଲୋକେ ଦୁଇଟି ଆମ୍ବୁଲାନ୍ସ ରେ ବୁର୍ଲା ଡ଼ାକ୍ତଖାନାକୁ  ପଠାଇଛନ୍ତି। ପ୍ରକାଶ ଥାସୁକି ଏହି ଛକ ଟି ଟ୍ରାଫିକ ନ ଥିବା ଯୋଗୁ  ବାରମ୍ବାର ଦୁର୍ଘଟଣା ଘଟି ବିପଦ ମୁଖା ସାଜିଛି। ଅନେକ ଥର ଖବର କାଗଜରେ  ଏହା ପ୍ରକାଶିତ  ହୋଇ ପ୍ରଶାସନ ର ଦୃଷ୍ଟିକୁ ଅଣାଯାଇଥିଲେ ମଧ୍ୟ ଏଥିପ୍ରତି ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସିଗ୍ନାଲ ଅଥବା ଟ୍ରାଫିକ ର ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories