www.samajalive.in
Saturday, December 6, 2025
26.1 C
Bhubaneswar

ମହାରାଷ୍ଟ୍ରରେ ପ୍ରଥମ ସନ୍ଦିଗ୍ଧ ଜିବିଏସ ପୀଡ଼ିତଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ପ୍ରଥମ ସନ୍ଦିଗ୍ଧ ଗୁଇଲେନ ବେୟାର ସିଂଡ୍ରୋମ(ଜିବିଏସ) ପୀଡ଼ିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରବିବାର ଆଉ ନୂଆ ୨୮ ପୀଡ଼ିତ ଚିହ୍ନଟ ହୋଇଛନ୍ତି। ମୋଟ ୧୦୧ ଜଣ ଏଥିରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି। ତେବେ ପୁଣେ ସହରରେ ଏହା ସୀମିତ ଥିବା ଏବଂ ଅନ୍ୟ ଅଞ୍ଚଳରେ ଦେଖାଦେଇ ନ ଥିବା ଜଣାପଡ଼ିଛି।

ଜିବିଏସ ହେଉଛି ମଣିଷ ଶରୀରରେ ଦେଖାଯାଉଥିବା ଏକପ୍ରକାର ବିରଳ ଲକ୍ଷଣ। ଏହା ଶରୀରରେ ଏପରି ଅବସ୍ଥା ସୃଷ୍ଟି କରେ, ଯାହାଦ୍ବାରା ମଣିଷର ରୋଗପ୍ରତିରୋଧକ ଶକ୍ତି ହିଁ ଶରୀରର ବିଭିନ୍ନ ସ୍ନାୟୁକୁ ଆକ୍ରମଣ କରିଥାଏ। ଫଳରେ ମାଂସପେଶୀ ଦୁର୍ବଳ ହୋଇଯାଏ। ବିଶେଷ କରି ଯୁବ ଏବଂ ବୟସ୍କଙ୍କଠାରେ ଏହି ଲକ୍ଷଣ ଦେଖାଦେଇଥାଏ। ଏହାର ଚିକିତ୍ସା ରହିଥିଲେ ହେଁ ପୀଡ଼ିତଙ୍କୁ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିଥାଏ। ମହାରାଷ୍ଟ୍ରର ପୁଣେରେ କିଛିଦିନ ଧରି ଏଥିରେ ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories