www.samajalive.in
Sunday, December 7, 2025
26.1 C
Bhubaneswar

ମହାକାଶରେ ନିର୍ମାଣ ହେବ ହୋଟେଲ

ୱାଶିଂଟନ : ମହାକାଶରେ ବିଶ୍ୱର ପ୍ରଥମ ହୋଟେଲ ନିର୍ମାଣ ହେବାକୁ ଯାଉଛି। ଏହି ହୋଟେଲକୁ ୨୦୨୧ରେ ମହାକାଶରେ ସ୍ଥାପନ କରିବାକୁ ଯୋଜନା କରାଯାଇଛି। ୨୦୨୨ରୁ ଏହି ହୋଟେଲକୁ ଅତିଥି ଯାଇପାରିବେ। ୧୨ ଦିନିଆ ମହାକାଶ ଭ୍ରମଣ ଯାତ୍ରା (ସ୍ପେସ୍‍ ଟ୍ରାଭେଲ ଟୁର)ରେ ୬ ଜଣ ଯାତ୍ରୀ ଏହି ହୋଟେଲରେ ରହିପାରିବେ। ଏହି ମହାକାଶ ଭ୍ରମଣ ଓ ହୋଟେଲ ରହଣୀ ପାଇଁ ଜଣକା ପିଛା ୯.୫ ନିୟୁତ ଡଲାର (ପାଖାପାଖି ୬୭ କୋଟି ଟଙ୍କା) ଖର୍ଚ୍ଚ ହେବ।
ଯାତ୍ରୀମାନେ ଗୁରୁତ୍ୱାକର୍ଷଣହୀନତା (ଜିରୋ ଗ୍ରାଭିଟି) ସ୍ଥିତିରେ ରହିବେ। ଏହି ହୋଟେଲର ନାମ ‘ଓରୋରା’ ରଖାଯାଇଛି। ଏହି ହୋଟେଲକୁ ଆମେରିକାର କମ୍ପାନୀ ଓରାୟନ ସ୍ପାନ ନିର୍ମାଣ କରୁଛି। ଓରାୟନ ସ୍ପାନ ସଂସ୍ଥାପକ ତଥା ସିଇଓ ଫ୍ରେକ୍‍ ବଂଜର କହିଛନ୍ତି ଯେ ଜଣେ ସାଧାରଣ ଲୋକଙ୍କୁ ମହାକାଶରେ ପହଞ୍ଚାଇବା ଓ ତାର ଅନୁଭୂତି ଦେବା ଆମର ଲକ୍ଷ୍ୟ। ମହାକାଶରେ ଅବସ୍ଥାପିତ ହେବା ପରଠାରୁ ହୋଟେଲ ତାର କାର୍ଯ୍ୟ ଆରମ୍ଭ କରିବ। ବହୁ କମ ମୂଲ୍ୟରେ ଲୋକେ ମହାକାଶ ଯାତ୍ରାର ମଜା ନେଇପାରିବେ। ୧୨ ଦିନିଆ ଏହି ମହାକାଶ ଭ୍ରମଣ ଯାତ୍ରାରେ ଲୋକମାନେ ମହାକାଶକଚାରୀ ଭଳି ଅନୁଭୂତି ପାଇବେ। ତେବେ ଏହି ହୋଟେଲକୁ ଯିବା ପୂର୍ବରୁ ଲୋକଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବାକୁ ପଡ଼ିବ। ଏଥିରେ ୩ ମାସର ଓରାୟନ ସ୍ପେସ୍‍ ମହାକାଶଚାରୀ ପ୍ରମାଣପତ୍ର ପାଠ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ପୃଥିବୀଠାରୁ ୩୨୧ କିଲୋମିଟର ଦୂର ମହାକାଶର ପ୍ରଦକ୍ଷଣପଥରେ ଓରୋରା ହୋଟେଲକୁ ସ୍ଥାପନ କରାଯିବ। ଏହି ହୋଟେଲ ମାତ୍ର ୯୦ ମିନିଟରେ ପୃଥିବୀ ପ୍ରଦକ୍ଷଣ କରିବ। ଅର୍ଥାତ ୨୪ ଘଣ୍ଟାରେ ଜଣେ ଯାତ୍ରୀ ୧୬ ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିପାରିବ। ହୋଟେଲରେ ଗବେଷଣା ମଧ୍ୟ କରିହେବ। ଓରୋରା ହାଟେଲରେ ରହଣୀ ସମୟରେ ଯାତ୍ରୀମାନେ ପୃଥିବୀରେ ଥିବା ନିଜ ଆତ୍ମୀୟଙ୍କ ସହ ଲାଇଭ ଚାଟ୍‍ (ଜୀବନ୍ତ ବାର୍ତ୍ତାଳାପ) କରିପାରିବେ। ହୋଟେଲରେ ତାଙ୍କୁ ହାଇସ୍ପିଡ୍‍ ଇଣ୍ଟରନେଟ୍‍ ସୁବିଧା ମିଳବ। ପୃଥିବୀକୁ ଫେରିବା ପରେ ତାଙ୍କୁ ହିରୋଙ୍କ ଭଳି ସ୍ୱାଗତ କରାଯିବ। ଏହି ହୋଟେଲ ୩୫ ଫୁଟ ଳମ୍ବା ଏବଂ ୧୨ ଫୁଟ୍‍ ଦୀର୍ଘ ବିଶିଷ୍ଟ ହେବ। ଏଥିରେ ଉଚ୍ଚଗୁଣମାନର ମହାକାଶ ଖାଦ୍ୟ (ସ୍ପେସ୍‍ ଫୁଡ୍‍) ଉପଲବ୍ଧ ରହିବ। ହୋଟେଲରେ ଏକ ବାର ମଧ୍ୟ ରହିବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories