www.samajalive.in
Sunday, December 14, 2025
26.1 C
Bhubaneswar

ଗାଁ ଦଣ୍ଡରେ ଫୁଟିଲା ଗୁଳି

କାମାକ୍ଷାନଗର : ଢେଙ୍କାନାଳ ସଦର ଥାନା କାଙ୍କଡପାଳ ଗାଁରେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଛି । ଏଥିରେ ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି । ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳି ଚଳାଇ ପଳାଇଥିବା ସୁଚନା ମିଳିଛି । ଖବରପାଇ ଘଟଣାସ୍ଥଳରୁ ସଦର ଥାନା ପୋଲିସ ୩ଟି ଖୋକା ଜବତ କରିଛି। ଗତକାଲି ରାତିରେ କାଙ୍କଡପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ ଯାଇଥିଲେ। ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ନଦେବାରୁ ସେମାନେ କାଙ୍କଡପାଳ ଗାଁକୁ ଆସି ସେଠାରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ବଜରଙ୍ଗ କ୍ଲବ ପକ୍ଷରୁ ଗାଁର କ୍ଲବ ଘରେ ଗଣେଷପୂଜା ହିସାବ ଚାଲିଥିବା ବେଳେ ତିନିଜଣ ଯୁବକ ସେଠାରେ ପହଞ୍ଚି ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଖସି ପଳାଇଥିଲେ । ଛାତ ଉପରେ ବସି ହିସାବ କରୁଥିବା କାଙ୍କଡପାଳ ଗାଁର ଅଜିତ କୁମାର ସାହୁ ବୋମାମାଡ ହେଉଥିବା ଭାବି ଛାତ ଉପରୁ ତଳକୁ ଡେଇଁ ପଡିଥିଲେ। ଫଳରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି । ଆଖପାଖ ଅଞ୍ଚଳର କିଛି ଯୁବକ ଏଭଳି କାଣ୍ଡ ଘଟାଇଥିବା ସୁଚନା ରହିଛି । କୌଣସି ପୂର୍ବ ଶତୃତା ନଥିବା ସତ୍ତ୍ବେ କାହିଁକି ଏଭଳି ଫାଙ୍କା ଗୁଳିଚାଳନା କରାଗଲା ସେ ନେଇ ସଦରଥାନା ପୁଲିସ ଅଧିକ ତଦନ୍ତ କରୁଛି।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories