www.samajalive.in
Sunday, December 14, 2025
26.1 C
Bhubaneswar

ଗୁଳିକରି ଲୁଟ୍ ଅଭିଯୋଗ

ସଇଁତଲା : ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ କୁଇକେଡା ଗ୍ରାମ ନିକଟରେ ବାଇକରେ ଆସୁଥିବା ଜଣେ ମଦ ଭାଟି ମ୍ୟାନେଜରଙ୍କୁ ଗୁଳି କରି ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ ପରେ ୩ ଜଣ ଦୁର୍ବୃତ୍ତ ଫେରାର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଭାଟି ମ୍ୟାନେଜର ନରେନ୍ଦ୍ର ପ୍ରସାଦ ଓ ତାଙ୍କ ସହ ଆଉ ଜଣେ ବ୍ୟକ୍ତି ଟଙ୍କା ଧରି ସଇଁତଲା-ଟିଟିଲାଗଡ଼ ରାସ୍ତାରେ ବାଇକରେ ଆସୁଥିଲେ। ହଠାତ୍ ୩ଜଣ ଦୁର୍ବୃତ୍ତ ଆସି ରାସ୍ତାରେ ତାଙ୍କ ଗୋଡ଼କୁ ଗୁଳି କରିଥିଲେ ଓ ତାଙ୍କ ନିକଟରେ ଥିବା ଟଙ୍କା ଲୁଟି ନେଇ ଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories