ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଜୟନ୍ତପୁର ଠାରେ ଥିବା ପିଚୁ କାରଖାନାରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ପ୍ରାୟ ୪ଟି ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ପାଇପ ଫାଟି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି।
Popular Categories



