ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ମାନଡଙ୍ଗରରେ ଲାଗିଛି ନିଆଁ

କଲମପୁର : ଦିନକୁ ଦିନ ବ୍ୟାପୁଛି ବନାଗ୍ନି। ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ। ରିତିମତ ଜଙ୍ଗଲ ପୋଡ଼ିର ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୁଳ ରାମପୁର ବନାଞ୍ଚଳ ଅଧିନସ୍ଥ ସିଙ୍ଗରୀ ସଂରକ୍ଷିତ ଜଙ୍ଗଲ ଅଂଚଳରେ। ଗତକାଲି ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଜଙ୍ଗଲ ଜଳୁଥିବା ଦେଖାଯାଇଥିଲା। ମଙ୍ଗଳବାର ପୁଣି ଏହି ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନରେ ଥିବା ମାନଡଙ୍ଗରରେ ନିଆଁର ପ୍ରଭାବ ଦେଖିବାକୁ ମିଳିଛି। ପଣ୍ଡିଗାଁ, ପାତ୍ରବସା, ତେନ୍ତୁଳିଖୁଣ୍ଟି ଓ ବୋଦେଲବନ୍ଧ ଜନବସତିକୁ ଲାଗି ରହିଛି ଏହି ଜଙ୍ଗଲ। ଜଙ୍ଗଲକୁ ଲାଗି ରହିଛି ଏକ ପଥର କ୍ରସର। ରିତିମତ ପଥର କଟାଳି ପଥର କାଟିବା ନାଁରେ ନିଆଁ ଲଗାଉଥିବାରୁ ଏହି ନିଆଁରୁ ଜଙ୍ଗଲ ପୋଡୁଥିବା ସନ୍ଦେହ କରାଯାଉଛି।

prayash

ଅନ୍ୟପଟେ କଲମପୁର ବନ ବିଭାଗ ଅଧିନରେ କିଛି ନିଆଁ ଲିଭାଳି ଦଳ ନିୟୋଜିତ ଥିଲେ ମଧ୍ୟ ନିଆଁକୁ ଲିଭାଇବାରେ ସଫଳ ହେଉ ନଥିବାରୁ ଦିନକୁ ଦିନ ଧ୍ବଂଶ ହେଇଯାଉଛି ଜଙ୍ଗଲର ସବୁଜିମା ପରିବେଶ। ତେଣୁ ତୁରନ୍ତ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ନଦେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଜଙ୍ଗଲର ସବୁଜ ପରିବେଶ ଧ୍ବଂଶ ହେଇଯିବାର ଆଶଙ୍କା ରହିଛି। ଏହାସହ ଧ୍ବଂଶ ହେଇଯିବେ କୁଟୁରା, ବାରହା ଓ ମୟୁର ଭଳି ଜଙ୍ଗଲୀ ଜନ୍ତୁ ଓ ପକ୍ଷୀ।

kalyan agarbati

Comments are closed.