ପୁରୀ: ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମାଛପଡ଼ା ଗାଁରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ପରିବାରର ୨୧ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ବହୁ ପରିମାଣର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ପୂର୍ବ ବିବାଦକୁ କେନ୍ଦ୍ର କର କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଲୋକେ ଅଭିଯୋଗ କରୁଛନ୍ତି। ସୋମବାର ସନ୍ଧ୍ୟାରେ ୨ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଜଣେ ବ୍ୟକ୍ତି ଅନ୍ୟ ଜଣକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ନିଆଁ ତୁରନ୍ତ ଅନ୍ୟ ଲୋକମାନଙ୍କ ଘରକୁ ବ୍ୟାପି ଯାଇଥିଲା। ଖବର ପାଇ ଦମକଳ ଗାଡ଼ି ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
Popular Categories



