ଖୁଣ୍ଟା: ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବହନଡା ସରକାରୀ(ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ଜଣକ ହେଲେ ସୁନିତା ଟୁଡୁ(୧୨) ଓ ତାଙ୍କ ଘର ଭୂପଡ଼ ଗ୍ରାମରେ। ସୂଚନା ଅନୁସାରେ, ସୁନିତା ଛାତ୍ରୀନିବାସରେ ରହି ହାଇସ୍କୁଲରେ ପଢୁଥିଲେ। ସୋମବାର ଅପରାହ୍ନରେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସନ୍ଧ୍ୟାରେ ତାଙ୍କୁ ଔଷଧ ଦିଆଯାଇଥିଲା। କିନ୍ତୁ ଡାକ୍ତରଖାନା ନିଆଯାଇ ନ ଥିଲା। ରାତି ପ୍ରାୟ ୩ଟାରେ ସୁନିତା ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ଭୋର ୪ଟାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସୁନିତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛି।
Popular Categories



