ରାଇରଙ୍ଗପୁର : ସର୍ଟ ସର୍କିଟ ଯୋଗୁଁ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସେଠାରେ ଥିବା କମ୍ପ୍ୟୁଟର ଓ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଆଇସିଡିଏସ୍ କାର୍ଯ୍ୟାଳୟର ମଧ୍ୟ ସମସ୍ତ ବିଦ୍ୟୁତ ସାମଗ୍ରୀ ପୋଡି ଯାଇଛି। କିନ୍ତୁ ଆସବାବ ପତ୍ର ସୁରକ୍ଷିତ ରହିଥିବା ଜଣାପଡିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Popular Categories



