www.samajalive.in
Wednesday, December 10, 2025
14.1 C
Bhubaneswar

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ; ନିଆଁ ଲିଭାଇବା କାର୍ଯ୍ୟରେ ୨୯ଟି ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଲଗାତର ଭାବେ ତୃତୀୟ ଦିନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନାରାୟଣା ଶିଳ୍ପାଞ୍ଚଳରେ ଥିବା ଏକ କାରଖାନାରେ ଭୀଷଣ ନିଆଁ ଲାଗିଛି । ନିଆଁ ଲିଭାଇବା କାର୍ଯ୍ୟରେ ୨୯ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ ମଧ୍ୟ ଏପଯ୍ୟନ୍ତ ନିଆଁ ଆୟତ୍ତ କରାଯାଇ ପାରିନାହିଁ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।

ଗୁରୁବାର ସକାଳେ ନାରାୟଣା ଶିଳ୍ପାଞ୍ଚଳର ଫେଜ-୧ରେ ଏକ ନାମୀ କମ୍ପାନୀ ଆର୍ଚିଜ ପରଫ୍ୟୁମ୍ କାରଖାନାରେ ନିଆଁ ଲାଗିଥିଲା । ନିଆଁ ଲାଗିବାର ଦୁଇ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ପରଫ୍ୟୁମ୍ ବ୍ୟତୀତ ଏହି କାରଖାନାରେ ଗ୍ରିଟିଂ କାର୍ଡ ଏବଂ ଅନ୍ୟାନ୍ୟ ଗିଫ୍ଟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଏ । ନିଆଁ ଲାଗିଥିବା ଅଟ୍ଟାଳିକାରେ କର୍ପୋରେଟ୍ ଅଫିସ୍ ରହିଛି । ତେଣୁ ଯଥାଶୀଘ୍ର ନିଆଁକୁ ଆୟତ୍ତ କରା ନ ଗଲେ ଅନ୍ୟ ସ୍ଥାନକୁ ବ୍ୟାପିବାର ଆଶଙ୍କା କରାଯାଉଛି ।

- Advertisement -

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଦିଲ୍ଲୀ ପଶ୍ଚିମପୁରୀ ଅଞ୍ଚଳରେ ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗି ୨୫୦ ବଖରା ବସ୍ତି ଘର ଜଳି ଯାଇଥିଲା । ସେହପରି ମଙ୍ଗଳବାର କରୋଲବାଗରେ ଥିବା ହୋଟେଲ ଅର୍ପିତ ପ୍ୟାଲେସରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ଜଣଙ୍କ ପ୍ରାଣହାନି ଘଟିଥିଲା ଏବଂ ୩୬ରୁ ଅଧିକ ଆହତ ହୋଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories