ଖଲ୍ଲିକୋଟ ଡାକ୍ତରଖାନାରେ ଅଗ୍ନିକାଣ୍ଡ
ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲା ଖଲ୍ଲିକୋଟ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଡାକ୍ତରଖାନାର ଉପର ମହଲା ଶିଡ଼ି ତଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହାକୁ ନେଇ ଡାକ୍ତରଖାନାରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ପାଖ ଓ୍ବାର୍ଡରୁ ସମସ୍ତ ରୋଗୀଙ୍କୁ ତୁରନ୍ତ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଦମକଳ ବାହିନୀ ଡାକ୍ତରଖାନାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
Comments are closed.