ଅଭିନେତା ପପୁଙ୍କ ନାଁରେ ମାମଲା

ସାଲେପୁର: ହାସ୍ୟ ଅଭିନେତା ପପୁ ପମ୍‍ପମ୍‍ଙ୍କ ନାଁରେ ନିଶ୍ଚିନ୍ତକୋଇଲି ଥାନରେ ମାମଲା ରୁଜୁ କରାଯାଇଛି। ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ସୋସିଆଲ ମିଡିଆରୁ ଷ୍ଟାର ଗାୟିକା ବନିଥିବା ରାନୁ ମଣ୍ଡଳଙ୍କ ଭିଡିଓକୁ ବ୍ୟଙ୍ଗ କରି ଏକ ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ ପପୁ। ଯାହାକୁ ନେଇ ସାରା ଓଡିଶାରେ ବିଭିନ୍ନ ସଂଗଠନ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିଲେ ରାନୁ ମଣ୍ଡଳ। ତାଙ୍କ କଣ୍ଠ ସ୍ୱର ଭାରତର ପ୍ରଖ୍ୟାତ କଣ୍ଠଶୀଳ୍ପି ଲତା ମଙ୍ଗେସକରଙ୍କ ସ୍ୱର ସହ ମିଶି ଯାଉଥିଲା। ଯାହାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ। ବାସ ଏହାପରେ ବଦଳି ଯାଇଥିଲା ରାନୁ ମଣ୍ଡଳଙ୍କ ଭାଗ୍ୟ।ରାତା ରାତି ବନିଯାଇଥିଲେ ଷ୍ଟାର ଆଉ ଏହାପରେ ବଲିଉଡ୍‍ ର ଜଣାଶୁଣା ସଙ୍ଗୀତ ନିର୍ଦେଶକ ହିମେଶ ରେସମିଆଙ୍କ ଆଗାମୀ ଚଳଚିତ୍ର ହାପି ହାର୍ଡି ହୀର ରେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ମିଳିଥିଲା। ଏହି ଚଳଚିତ୍ରର ଏକ ଗୀତ ତେରୀ ମେରୀ କାହାଣୀ କୁ ରାନୁ ଗାଇଛନ୍ତି। ଯାହାର ଗୀତ ରେକଡିଂ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବହୁ ଚର୍ଚ୍ଚା ଲାଗିରହିଥିଲା। ଅଳ୍ପ କିଛି ସମୟ ମଧ୍ୟରେ ଭିଡିଓ ଟିକୁ ବହୁ ଲୋକ ଦେଖିବା ସହ ପ୍ରଶଂସା ମଧ୍ୟ କରିଥିଲେ।

Comments are closed.