www.samajalive.in
Saturday, December 13, 2025
26.1 C
Bhubaneswar

ବୟସର ଅପରାହ୍ନରେ ଜଗା ଖୋଜୁଛି ଶେଷ ଠିକଣା

ରେଙ୍ଗାଲିକ୍ୟାମ୍ପ : ସାମ୍ପ୍ରତିକ ପରିସ୍ଥିତିରେ ବୟସ ଢଳି ଯିବା ପରେ ମଣିଷ ସମାଜ ପାଇଁ ଅଦରକାରୀ ପରି ମନେ ହେଉଛି । ସତେ ଯେମିତି ସେ ଏକ ବୋଝ ପାଲଟିଯାଏ ଆଜିର ନୂତନ ପିଢ଼ି ପାଇଁ। ନିଜର ବାପା ମାଙ୍କୁ ରାସ୍ତା କଡ଼ରେ ଫୋପାଡି ଦେଉଛନ୍ତି ଏକ ବର୍ଯ୍ୟ ବସ୍ତୁ ପରି। ନିଜକୁ ଉଚ୍ଚ ଶିକ୍ଷିତ ବୋଲାଉଥିବା ଆଧୁନିକ ମଣିଷ ଆଜି ବର୍ବର୍ ପାଲଟିଯାଇଛି । ଏମିତି ଅନେକ ବୃଦ୍ଧ ବୃଦ୍ଧା ମାନେ ଆଜି ଅବହେଳିତ ହୋଇ ପରିଣତ ବୟସରେ ନିରାଶ୍ରିତ ହୋଇ ଆତ୍ମୀୟ ମାନଙ୍କ ସ୍ନେହରୁ ବଞ୍ଚିତ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି। ହେଲେ କିଛି ଲୋକ ଅଛନ୍ତି ଯେଉଁମାନେ ଜୀବନର ଶେଷ ପର୍ଯ୍ୟନ୍ତ ନିଜକୁ ଅସହାୟ ନ ଭାବି  ଆଗେଇ ଚାଳିଛନ୍ତି ନିଜର ଶେଷ ଠିକଣା ଖୋଜିବାରେ।

ଏମିତି ଜଣେ ବୃଦ୍ଧାଙ୍କୁ ଆଜି ଦେଖିବାକୁ ମିଳିଥିଲେ ଅତାବିରା ବ୍ଲକ ଅଭିମୁଖେ ଆସୁଥିବା ଗୋଡ଼ଭଗା ରାସ୍ତାରେ। ନାମ ଜଗା ସାହୁ। ବୟସ ୮୪। କାନ୍ଧରେ ଆଜି ବି ସେ ଧରିଛନ୍ତି ଏକ ଭାର। ଦୁଇ ତିନି ଖଣ୍ଡ ଲୁଗା, ଶୋଇବା ପାଇଁ ଗୋଟିଏ ପଟି ଓ ପାଣି ପିଇବା ପାଇଁ ଗୋଟିଏ ପ୍ଲାଷ୍ଟିକ ବୋତଲ। ବାସ୍ ଏହା ଛଡା ତାଙ୍କର ଆଉ କିଛି ବି ସମ୍ବଳ ନାହିଁ। ଘର ତାଙ୍କର ବିନିକା ଥାନା ମେଘଲା ପଞ୍ଚାୟତର ବଡ କର୍ଲେ ବୋଲି ସେ କହିଥିଲେ। ଏହି ପରିଣତ ବୟସରେ କାହାରି ପାଇଁ ସେ ବୋଝ ହେବାକୁ ଚାହାନ୍ତି ନାହିଁ ତେଣୁ ସେ ଚାଲିଛନ୍ତି ତାଙ୍କର ଶେଷ ଠିକଣା ଖୋଜିବାକୁ। ଚାଲିବା ବାଟରେ ଯେଉଁଠି ରାତି ହୁଏ  ସେଇ ଦିନ ପାଇଁ ସେଇଟା ତାଙ୍କର ଠିକଣା ବୋଲି କହନ୍ତି ଜଗା। କିଏ କିଛି ଦେଲେ ଭଲ ନ ହେଲେ କାହାରିକୁ କିଛି ମାଗନ୍ତି ନାହିଁ ପାଣି ପିଇ ଶୋଇ ଯାଆନ୍ତି। ପରଦିନ ପୁଣି ଚାଲିବା ଆରମ୍ଭ ହୁଏ  ଆଉ ଏକ ଠିକଣା ପାଇବା ପର୍ଯ୍ୟନ୍ତ। ତାଙ୍କର ଜମିବାଡ଼ି ଥିଲେ ବି ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ପୁତୁରା ମାନେ ଜମି ଜମା ଦେଖୁଛନ୍ତି। ହେଲେ କେହି ତାଙ୍କୁ ପଚାରୁ ନାହାନ୍ତି। ମେଘଳା ପଞ୍ଚାୟତ ରୁ ସାତଶହ ଟଙ୍କା ମିଳେ ହେଲେ ତା  ପ୍ରତି ବି ସେ ଆଡେଇ ଦେଖିନାହାନ୍ତି। ସେ ଅବିବାହିତ ତେଣୁ ଜୀବନର ଶେଷ ସମୟରେ କାହାରି ବୋଝ ନ ହେବା ପାଇଁ ଘରୁ ବାହାରି ଆସିଛନ୍ତି । ସେ କହନ୍ତି ଆତ୍ମୀୟ ମାନଙ୍କ ଠାରୁ ଘୃଣିତ ହେବା ଅପେକ୍ଷା ଏମିତି ଜୀବନ ଶ୍ରେୟସ୍କର। କେବଳ ଜଗନ୍ନାଥ ସାହା। ନା ଅଛି କେହି ଆପଣାର ଲୋକ ନା ଅଛି ମରିବାର ଭୟ। ଯେଉଁଠି ଜୀବନର ଶେଷ ନିଃଶ୍ୱାସ ଛାଡ଼ିବେ ସେଇଟା ତାଙ୍କ ପାଇଁ ହେବ ଶେଷ ଠିକଣା ବୋଲି କହିଥିଲେ। ତେବେ ଦେଖାଯାଉ ଜଗାଙ୍କ ପାଇଁ ଜଗନ୍ନାଥ କେଉଁଠି ଶେଷ ଠିକଣା ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories