www.samajalive.in
Monday, December 8, 2025
20.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର କେଳେଙ୍କାରୀ : କେବଳ ସୁର ନୁହେଁ ଯାଞ୍ଚ ହେଲେ ଫସିବେ ଅନେକ ବୀର

କେଶଦୁରାପାଳ : ଆଜିକାଲି ସତପଥରେ ଚାଲି ସମାଜରେ ତିଷ୍ଠି ରହିବା ଲୋକ ମାନଙ୍କ ସଂଖ୍ୟ। ବହୁତ କମ୍ , ଆଜିର ଦିନରେ ନକଲି ପ୍ରତିଯୋଗୀ ମାନଙ୍କ ସଂଖ୍ୟା ଅନେକ ଅଧିକ ଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ହେଉଥିବା ଠକେଇ, ଜାଲିଆତି, ନକଲି କାରବାର ସଂପର୍କରେ ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଏମାନଙ୍କ ପ୍ରକୃତି ବଦଳୁ ନ ଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ଅଧିକାରୀ ମାନେ ସେମାନଙ୍କ ନିଜ ସ୍ଵାର୍ଥ ଦୃଷ୍ଟିରୁ କିଛି ଲୋକ ଙ୍କୁ ଫସେଇ ଦେଉଥିବା ବେଳେ ଅନ୍ୟମାନଙ୍କ ପାଇଁ ସୁରକ୍ଷାର ଢାଲ ସାଜିଥିବା ଅଭିଯୋଗ ହେଉଛି । ଗତ କିଛିଦିନ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର କେଳେଙ୍କାରୀକୁ ନେଇ ନକଲି ଦସ୍ତାବିଜ୍ ଦେଇ ଠିକାଦାର ସୁରେନ୍ଦ୍ର କୁମାର ଭୂୟାଁ ପଂସିଯାଇଥିବା କଥା ପ୍ରକାଶ ପାଇଥିବା ବେଳେ କେବଳ ନୁହେଁ ସୁର ଅନେକ ନକଲି ଦସ୍ତାବିଜ୍ ଦେଇ ଟେଣ୍ଡର ହାତେଇ ବାପାଇଁ ମସୁଧା କରିଥିବା ଅନୁସନ୍ଧାନରୁ ଜଣାପଡିଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗର ନୋଟିସ ନଂ ଏନ ସିବି-୨୮୩/୭/୧୨/୨୦୨୦ ଓ ଆ​‌ଦେଶ ନଂ ୧୩୩/୨୦୨୦- ୨୧ ଅନୁଯାୟୀ ବିଭିନ୍ନ ପ୍ରକାରର ୩୬ ପକେଜ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ନିୟମ ଅନୁଯାୟୀ ଠିକାଦାରଙ୍କର ୫ ବର୍ଷର ଅଡିଟ ରିପୋଟ ସହିତ ବାଲାନ୍ସ ସିଟ ରିପୋର୍ଟ, ଟିନ୍ ନମ୍ବର ଥିବା ଦରକାର କରୁଥିବା ବେଳେ ଓ ଆର ୧ ୭- ୬୪୬ ଓ -ଓ ଆର ୧ ୭- ୬୪୨ ପାକେଜ ରେ କ୍ଵାଲିଫାଏ କରିଥିବା ଧବଳେଶ୍ଵର ପଟନାୟକ ୪ ବର୍ଷର ଅଡିଟ ରିପୋଟ ସହିତ ବାଲାନ୍ସ ସିଟ ରିପୋଟ ଦାଖଲ କରିଥିବା ଜଣାପଡ଼ିଛି । ଏଥି ସହିତ ୨ଟି ଟିନ୍ ନମ୍ବର ଥିବା ସୁରେନ୍ଦ୍ର ଅଭିଯୋଗ କରିଛିନ୍ତି। କେବଳ ମାତ୍ର ଏତିକି ନୁହେଁ ଅନେକ ବିଡରଙ୍କର ସିଏସଟି ଓ ଜିଏସଟି ଏବଂ ଟିନ ନମ୍ବର ନକଲି ଥିବା ଅଭିଯୋଗ ହେଉଛି । ଏ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ବିଡ଼ର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ କ୍ଵାଲିଫାଏ କରିଥିବା ବିଡର ମାନେ ଦାଖଲ କରିଥିବା ଦସ୍ତାବିଜ ଓ ମୂଳ ଦସ୍ତାବିଜ୍ କୁ ପୁଙ୍ଗା ନୁପୁଙ୍ଗ ଯାଞ୍ଚ କଲେ କେବଳ ସୁର ନୁହେଁ ଏହି ନକଲି ଦସ୍ତାବିଜ୍ ନେଇ ଅନେକ ବୀର ଟେଣ୍ଡର ହାତେଇବାକୁ ଯୋଜନା କରିଥିବା କଥା ପ୍ରକାଶ ପାଇ ପାରନ୍ତା ଏଥିରେ ସନ୍ଦେହ ନାହିଁ । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତୀ ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ପଚାରିବାରୁ ସମସ୍ତ ଦସ୍ତାବିଜ୍ କୁ ଯାଞ୍ଚ କରିବା ସମ୍ଭବପର ନୁହେଁ ଏବଂ ଅଭିଯୋଗ ହେଲେ ତଦନ୍ତ ହୁଏ ବୋଲି ପ୍ରକାଶ କରିଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories