www.samajalive.in
Sunday, December 14, 2025
18.1 C
Bhubaneswar

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ୮୭ କୋଟି ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର : କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଶ୍ରମିକମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ସେମାନଙ୍କ ଭରଣ ପୋଷଣରେ ସହାୟତା ଯୋଗାଇ ଦେବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେତେକ ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ଦେଇ ଜୁନ୍‌ ମାସରୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।

ଏଥିରେ ରାଜ୍ୟର ୮ ଲକ୍ଷ ୩୫ ହଜାର କାର୍ଯ୍ୟରତ କେନ୍ଦୁପତ୍ର କର୍ମଚାରୀ (ପ୍ରାୟ ୮ ଲକ୍ଷ ତୋଳାଳୀ, ପ୍ରାୟ ୧୭ ହଜାର ୫ ଶହ ବନ୍ଧାଳି ଶ୍ରମିକ ଓ ପ୍ରାୟ ୧୭ ହଜାର ୫ ଶହ ସାମୟିକ କର୍ମଚାରୀ) ଉପକୃତ ହେବେ । ସେମାନଙ୍କୁ ୮୭ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ମିଳିବ । ଏହି ୮ ଲକ୍ଷ ୩୫ ହଜାରଙ୍କ ମଧ୍ୟରେ ପ୍ରାୟତଃ ମହିଳା ଓ ଅତ୍ୟନ୍ତ ଗରିବ ଲୋକ ରହିଛନ୍ତି । କେନ୍ଦୁପତ୍ର ତୋଳାଳିମାନଙ୍କ ନିମିତ୍ତ କେନ୍ଦୁପତ୍ରର କ୍ରୟ ମୂଲ୍ୟକୁ ଶତକଡ଼ା ୨୦ ଭାଗ ବୃଦ୍ଧି କରାଯାଇଛି । ୨୦୨୦ କେନ୍ଦୁପତ୍ର ଶସ୍ୟ ବର୍ଷରେ ପ୍ରୋସେସ ଅଞ୍ଚଳ ନିମିତ୍ତ ଏକ କେରି(୨୦ଟି ପତ୍ର)ର ମୂଲ୍ୟ ୧ ଟଙ୍କାରୁ ୧ ଟଙ୍କା ୨୦ ପଇସା ଏବଂ ଫାଲ ଅଞ୍ଚଳରେ ଏକ କେରି (୪୦ଟି ପତ୍ର)ର ମୂଲ୍ୟ ୨ ଟଙ୍କାରୁ ୨ ଟଙ୍କା ୪୦ ପଇସା ବୃଦ୍ଧି କରାଯାଇଛି । ଏହାଦ୍ୱାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରାୟ ୩୨ କୋଟି ଟଙ୍କା ଅଧିକ ପାଇବେ । ୭ ଲକ୍ଷ ୮୯ ହଜାର କେନ୍ଦୁପତ୍ର ତୋଳାଳିମାନଙ୍କୁ ୨୦୧୯ ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର କିଣା ଉପରେ ଶତକଡ଼ା ୨୫ ଭାଗ ବୋନସ ପ୍ରଦାନ କରାଯିବ। ଏହାର ମୂଲ୍ୟ ପ୍ରାୟ ୨୭ କୋଟି ୨୫ ଲକ୍ଷ ଟଙ୍କା ହେବ। ପ୍ରାୟ ୧୭ ହଜାର ୩୪୫ କେନ୍ଦୁପତ୍ର ବନ୍ଧାଳିମାନଙ୍କୁ ସେମାନଙ୍କ ମଜୁରୀର ଶତକଡ଼ା ୫ ଭାଗ ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ । ଏହାର ମୂଲ୍ୟ ପ୍ରାୟ ୧ କୋଟି ୨୬ ଲକ୍ଷ ଟଙ୍କା। ପ୍ରାୟ ୧୭ ହଜାର ୪୪୪ ସାମୟିକ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମଜୁରୀର ଶତକଡ଼ା ୫ ଭାଗ ହାରରେ ପ୍ରୋତ୍ସାହନ ଦିଆଯିବ। ଏହାର ମୂଲ୍ୟ ପ୍ରାୟ ୨ କୋଟି ୮୨ ଲକ୍ଷ ଟଙ୍କା ହେବ। ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ପାଣିବୋତଲ କିଣିବା ପାଇଁ ୨ ଶହ ଟଙ୍କା ଲେଖାଏଁ ଦିଆଯିବ। ଏଥିରେ ୧୫ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ରାଶି (ଟଙ୍କା) ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ସେମାନଙ୍କ ଜମାଖାତାରେ ପଇଠ କରାଯିବ।
ସୂଚନାଯୋଗ୍ୟ ଯେ ୨୦୨୦ ମାର୍ଚ୍ଚ ଓ ଅପ୍ରେଲ ମାସରେ ରାଜ୍ୟରେ କେନ୍ଦୁପତ୍ର କାର୍ଯ୍ୟକ୍ରମ ଯୋଗୁଁ ୧୦ ଲକ୍ଷ ଶ୍ରମିକ ଦିବସ ସୃଷ୍ଟି କରାଯାଇ ପାରିଛି । ସାମୟିକ କେନ୍ଦୁପତ୍ର କର୍ମଚାରୀଙ୍କ ଗ୍ରାଚୁଇଟିକୁ ଛାଡ଼ି ସେମାନଙ୍କ ଇପିଏଫ୍‌ ଦେୟ ବାବଦରେ ଅଧିକ ୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories