www.samajalive.in
Sunday, December 7, 2025
16.1 C
Bhubaneswar

୨୧ରୁ ଅର୍ଥମନ୍ତ୍ରୀଙ୍କ ପ୍ରାକ୍‌‌ ବଜେଟ ବୈଠକ

ନୂଆଦିଲ୍ଲୀ: ଚଳିତ ମାସ ୨୧ ତାରିଖରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍‌‌ ବଜେଟ ବୈଠକ ପର୍ଯ୍ୟାୟ ଆରମ୍ଭ କରିବେ। ସୂଚନାଯୋଗ୍ୟ ଯେ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ହେବ। ଏହା ପରେ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ୨୧ରୁ ପ୍ରାକ୍‌‌ ବଜେଟ ବୈଠକ ଆରମ୍ଭ ହେବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଅଧିକାରୀଙ୍କ ସହିତ ସାତଟି ବୈଠକରେ ଯୋଗଦେବେ। ଏହାବ୍ୟତୀତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସହିତ ଜିଏସ୍‌‌ଟି ବୈଠକ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରାକ୍‌‌ ବଜେଟ ଆଲୋଚନା କରିବେ। ସେଥିରେ କେନ୍ଦ୍ର ବଜେଟରେ ରାଜ୍ୟସମୂହର ପ୍ରସ୍ତାବ ସମ୍ପର୍କରେ ବିଚାର ଆଲୋଚନା କରାଯିବ।

ଚଳିତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରାକ୍‌‌ ବଜେଟ ବୈଠକରେ ଅର୍ଥମନ୍ତ୍ରୀ ଉଦ୍ୟୋଗ ଜଗତର ପ୍ରତିନିଧି, ବିଭିନ୍ନ ବିଜନେସ୍‌‌ ଚାମ୍ବର, କୃଷି କ୍ଷେତ୍ରର ପ୍ରତିନିଧିଙ୍କ ସହିତ କୃଷି ପ୍ରକ୍ରିୟାକରଣ ଶିଳ୍ପର ପ୍ରତିନିଧି, ଆର୍ଥିକ କ୍ଷେତ୍ର ଓ ପୁଞ୍ଜିବଜାର, ସର୍ଭିସେସ୍‌‌ ଏବଂ ବାଣିଜ୍ୟ ଆଦି କ୍ଷେତ୍ର ତଥା ସାମାଜିକ କ୍ଷେତ୍ର, ଶ୍ରମିକ ସଂଗଠନ ଏବଂ ଶ୍ରମ ସଂସ୍ଥାନ, ଅର୍ଥନୀତିଜ୍ଞମାନଙ୍କ ସହିତ ପୃଥକ ପୃଥକ ବୈଠକରେ ମିଳିତ ହେବେ। ଆସନ୍ତା ବଜେଟ ନିମନ୍ତେ ଅର୍ଥମନ୍ତ୍ରୀ ଏମାନଙ୍କ ନିକଟରୁ ଆବଶ୍ୟକ ପ୍ରସ୍ତାବ ଓ ପରାମର୍ଶ ଲୋଡିବେ ବୋଲି ଜଣାଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାର ଓ ସହଭାଗୀଙ୍କ ସହିତ ଅର୍ଥମନ୍ତ୍ରୀ ଆଲୋଚନା କରିଥାନ୍ତି। ନୀତି ଆୟୋଗ ମଧ୍ୟ ବଜେଟ୍‌‌କୁ ନେଇ ଉଦ୍ୟୋଗ ଜଗତର ପ୍ରତିନିଧିଙ୍କ ସହିତ ବୈଠକ ଆୟୋଜନ କରନ୍ତି, ଯେଉଁଥିରେ ନୀତି ଆୟୋଗର ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରନ୍ତି। ନିର୍ମଳା ସୀତାରମଣ ୨୦୨୩ ଫେବୃଆରୀ ୧ ତାରିଖରେ ତାଙ୍କର ନୂଆ ବଜେଟ୍‌‌ ଉପସ୍ଥାପନ କରିବେ। ସୀତାରମଣ ପୂର୍ବରୁ କହିସାରିଛନ୍ତି ଯେ ଆଗାମୀ ବଜେଟରେ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଆଗକୁ ବଢ଼଼ାଇବା ସହିତ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories