www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣା ; ଥାନାରେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନାୟକ ଶନିବାର ଥାନାରେ ହାଜର ହୋଇଛନ୍ତି। ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ପୁଲିସ ତାଙ୍କୁ ଥାନାକୁ ଆଣିଛି। ଏନେଇ ଖାରବେଳନଗର ଥାନା ପୁଲିସଙ୍କ ପକ୍ଷରୁ ସୂଚନା ମିଳିଛି। ତାଙ୍କୁ ପଚରାଉଚରା କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି।

ସୂଚନାନୁଯାୟୀ, ଟୁଟୁଙ୍କ ବିରୋଧରେ ନିଜ ଆଡୁ ମହିଳା କମିଶନ ମାମଲା ରୁଜୁ କରିଛି। ମାମଲା ରୁଜୁ ନେଇ ମହିଳା କମିଶନ ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି କମିଶନ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ସୂଚନା ଯୋଗ୍ୟ, କାର୍ଯ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଖାରବେଳ ନଗର ଥାନାରେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଏତଲା ପରେ ଖାରବେଳ ଥାନା ପୁଲିସ ତନାଘନା ଆରମ୍ଭ କରିଥିଲା। ଘଟଣାସ୍ଥଳକୁ ଯାଇ ସିସିଟିଭି ଆଧାରରେ ଖାରବେଳ ଥାନା ପୁଲିସ ତଦନ୍ତ ଜାରି ରଖିଥିଲା।

ନିଜ ପ୍ରତିକ୍ରିୟାରେ ମହିଳା ସାମ୍ବାଦିକ ଦେବସ୍ମିତା ରାଉତ କହିଥିଲେ, ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ) ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବାବେଳେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ। ତାଙ୍କୁ ପ୍ରଯୋଜକ ଟୁଟୁ ନାୟକ କ’ଣ ପାଇଁ ମାଡ଼ ମାରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଏ ସଂକ୍ରାନ୍ତରେ ଟୁଟୁ ନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories