www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଆଜି ନାମାଙ୍କନର ଶେଷ ଦିନ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନାର ଶେଷ ଦିନ ରହିଛି । ପ୍ରଥମ ପର୍ଯ୍ୟାୟ ପାଇଁ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ ନାମାଙ୍କନ ଆରମ୍ଭ ହୋଇଥିଲା । ଆଜି ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ଭରିବାର ଶେଷ ଦିନ ରହିଛି । ଆସନ୍ତକାଲି ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୩୦ ତାରିଖ ଯାଏଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ସୁଯୋଗ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ ଗ୍ରହଣ ହୋଇ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ ।
ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ୩୯ଟି ସିଟ୍‍, ରାଜସ୍ଥାନର ୧୨ଟି, ଉତ୍ତରପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ଉତ୍ତରାଖଣ୍ଡର ୫ଟି ସିଟ୍‍, ଆସାମ, ମହାରାଷ୍ଟ୍ର. ଇିହାରରେ ୪ଟି ସିଟ୍‍, ପଶ୍ଚିମବଙ୍ଗରେ ୩ଟି ସିଟ୍‍ ଅରୁଣାଚଳ ପ୍ରଦେଶରେ ୨ଟି ସିଟ୍‍, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ, ଦିଲ୍ଲୀ, ଗୋଆ, ଗୁଜରାଟ, ହରିୟାଣା, କେରଳ, ଲଦାଖ, ମିଜୋରାମ, ମେଘାଳୟ, ପୁଡୁଚେରୀ, ସିକିମ, ପଞ୍ଜାବ, ନାଗାଲାଣ୍ଡରେ ମତଦାନ ଗ୍ରହଣ କରାଯିବ ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories