www.samajalive.in
Saturday, December 6, 2025
26.1 C
Bhubaneswar

ଟିଭି ଶୋ’ରେ ହାତାହାତି: ଇମ୍ରାନ ଖାନ ଓ ନୱାଜ ଶରିଫ ପ୍ରତିନିଧିଙ୍କ ମଧ୍ୟରେ ଗୋଇଠା-ବିଧା ବର୍ଷା

କରାଚୀ: ପାକିସ୍ତାନ ନ୍ୟୁଜ୍ ଚ୍ୟାନେଲଗୁଡିକରେ ପ୍ୟାନେଲିଷ୍ଟମାନେ ପରସ୍ପର ସହ ଝଗଡ଼ା ଏବଂ ମାର୍‌ପିଟ୍‌ କରୁଥିବା ପୂର୍ବରୁ ବହୁବାର ଦେଖିବାକୁ ମିଳିଛି। ଷ୍ଟୁଡିଓରେ ଝଗଡ଼ା ଲାଗିବାର ଭିଡିଓ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସେହିପରି ଏକ ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌(ପିଏମଏଲ-ଏନ)ର ପ୍ରତିନିଧିତ୍ୱ କରୁଥିବା ସିନେଟର ଅଫନାନ ଉଲ୍ଲା ଖାନ ଏବଂ ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ(ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ଓକିଲ ଶେର ଅଫଜଲ ଖାନ ମାରୱତ ଟିଭି ଶୋ’ରେ ପରସ୍ପର ଲଢୁଥିବା ଦେଖିବାକୁ ମିଳିଛି।


ଏକ ରାଜନୈତିକ ଆଲୋଚନା ସମୟରେ ଉଭୟ ଦଳର ପ୍ରତିନିଧିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଉଭୟଙ୍କ ମଧ୍ୟରେ ମାର୍‌ପିଟ୍‌ ଆରମ୍ଭ ହୋଇଯାଇଥିଲା। ଷ୍ଟୁଡିଓରେ ଏହି ଲେଢେଇ ଦେଖି ଉଭୟ ଦର୍ଶକ ଏବଂ ଉପସ୍ଥାପକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରସିଦ୍ଧ ଟିଭି ଆଙ୍କର୍ ଜାଭେଦ୍ ଚୌଧୁରୀଙ୍କ ଶୋ’ ‘କଲ୍ ତକ୍’ରେ ପିଏମଏଲ-ଏନ ପ୍ରତିନିଧି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିଲେ, ଯାହାକୁ ଶୁଣି ଇମ୍ରାନ ଖାନଙ୍କ ଓକିଲ ମାରୱତ କ୍ରୋଧିତ ହୋଇଯାଇଥିଲେ। ସେ ନିଜ ଆସନରୁ ଉଠି ଅଫନାନ ଉଲ୍ଲା ଖାନଙ୍କୁ ମାଡ ମାରିବା ଆରମ୍ଭ କଲେ। ଦୁହିଁଙ୍କ ମଧ୍ୟରେ ମାର୍‌ପିଟ୍‌ ଏତେ ବଢିଯାଇଥିଲା ଯେ, ସେଠାରେ ଉପସ୍ଥିତ ଥିବା ଟିଭି କର୍ମଚାରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା। ଟିଭି କର୍ମଚାରୀ ଦୁଇଜଣଙ୍କୁ ଅଲଗା କରିଥିଲେ ମଧ୍ୟ ଉଭୟ ପରସ୍ପରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଦେଖାଯାଇଥିଲା।

- Advertisement -

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପିଏଲଏମ-ଏନ ସିନେଟର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମାରୱତ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ଆହୁରି କହିଛନ୍ତି, ‘ମୁଁ ଅହିଂସାରେ ବିଶ୍ୱାସ କରେ, କିନ୍ତୁ ମୁଁ ନୱାଜ ଶରିଫଙ୍କର ଜଣେ ସୈନିକ। ମୁଁ ମାରୱତକୁ ଯେଉଁ ମାଡ ମାରିଛି, ତାହା ଇମ୍ରାନ ଖାନ ଏବଂ ପୁରା ପିଟିଆଇ ପାଇଁ ଏକ ଶିକ୍ଷା।’

ଅପରପକ୍ଷେ, ଟିଭି ଉପସ୍ଥାପକ ସାମାଜିକ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରଚାର କରିଥିବା ଇମ୍ରାନ ଖାନଙ୍କ ଓକିଲ ମାରୱତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ସେ ଗୁଜବ ପ୍ରଚାର କରୁଛନ୍ତି ଯେ, ମୋ ପ୍ରତିଦ୍ୱନ୍ଦୀ ଜଣେ ସୁପରମ୍ୟାନ୍ ଥିଲେ। ସେ ସତ କହୁ ନାହାନ୍ତି ଯେ, ଅଫନାନ ଉଲ୍ଲା ଖାନ ଷ୍ଟୁଡିଓରୁ ପଳାଇଥିଲେ ଏବଂ ନିକଟ କୋଠରୀରେ ଆଶ୍ରୟ ନେଇଥିଲେ।’ ମାରୱତ ଏହା ମଧ୍ୟ କହିଛନ୍ତି ଯେ, ସେ ଅପରାଧିକ ଏବଂ ମାନହାନୀ ମାମଲା ଦାୟର କରିବାକୁ ଯୋଜନା କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories