ସମ୍ବଲପୁର: ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆଜି ରାଜଭାଷା ପକ୍ଷ ଉଦଯାପନୀ ସମାରୋହ କେନ୍ଦ୍ର ମୁଖ୍ୟ ରମେଶ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମରେ ହିନ୍ଦୀ ଅଧ୍ୟାପକ ରବୀନ୍ଦ୍ର ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜଭାଷା ପକ୍ଷ ପାଳନ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ଏବଂ ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳନ ଅବସରରେ କର୍ମଚାରୀମାନଙ୍କ ମଧ୍ୟରେ ଟଙ୍କଣ, ଅନୁବାଦ, ଆଶୁ ଭାଷଣ, ହିନ୍ଦୀ ଲେଖନ ଏବଂ ପ୍ରଶ୍ନୋତରୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉଦଯାପନୀ ସମାରୋହରେ କେନ୍ଦ୍ରର ପ୍ରଭାରୀ ହିନ୍ଦୀ ଅଧିକାରୀ କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
Popular Categories



