www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ 

ଫୁଲବାଣୀ: ଫୁଲବାଣୀ ସହରର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।  ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଯୋଗ ଦେଇଥିବା ବେଳେ ସମ୍ମାନନୀୟ  ଅତିଥି ଭାବରେ ଅବସର ପ୍ରାପ୍ତ ଆର୍ମି ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର,କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କହ୍ନର, ଖେଳ ଶିକ୍ଷକ ତପନ ଚନ୍ଦ୍ର ଧଳ, ରାକେଶ ବିଶୋଇ, ଶିକ୍ଷକ ସୁନିତା ଡିଗାଲ, ସନ୍ତୋଷ କୁମାର ମିଶ୍ର, ପାର୍ଥ ସାରତି ମଲ୍ଲିକ,ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର,ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଏବଂ ଯୁବକ ସଙ୍ଘର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ । ଏହି ଦିବସରେ ଯୋଗ ଉପରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା । ଏଥିରେ ପ୍ରଥମ ପ୍ରବୀଣ କୁମାର କହ୍ନର ସତ୍ୟ ସାଇ ହାଇସ୍କୁଲ , ଦ୍ୱିତୀୟ ଶିବ ପ୍ରସାଦ ପଣ୍ଡା ଏ ଜେ ଓ ହାଇସ୍କୁଲ ଏ ବଂ ତୃତୀୟ ଚିକୁନୁ ନାୟକ ସତ୍ୟ ସାଇ ହାଇସ୍କୁଲ ହୋଇ ଥିଲେ ,ବିଜୟୀ ପ୍ରତିଯୋଗୀ ମାନଂକୁ ଟ୍ରଫି,ପ୍ରମାଣ ପତ୍ର ଦେଇ ପୁରସ୍କୃତ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା କରା ଯାଇଥିଲା ।ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛା ସେବୀ ସୋନାଲି ଡିଗାଲ ଧନ୍ୟବାଦ ଅର୍ପଣ  କରିଥିଲେ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories