www.samajalive.in
Saturday, December 6, 2025
26.1 C
Bhubaneswar

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଇସ୍ତଫା

ଅଗରତଲା: ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ରାଜ୍ୟପାଳ ଏସ.ଏନ୍ ଆର୍ଯ୍ୟଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଆଜି ସନ୍ଧ୍ୟାରେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମନୋନୟନ କରାଯିବା ପାଇଁ ବୈଠକ ବସିବ। ସନ୍ଧ୍ୟାରେ ବିଧାୟକ ଦଳ ବୈଠକରେ ନୂଆ ନେତା ମନୋନୀତ କରାଯିବ ବୋଲି ସୂଚନା ମିଳିଛି। କେଉଁ କାରଣରୁ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଇସ୍ତଫା ଦେଇଛନ୍ତି, ତାହା ପ୍ରଥମେ ଜଣା ପଡିନାହିଁ। ତେବେ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ନିଷ୍ପତ୍ତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ହାଇକମାଣ୍ଡଙ୍କ ନିର୍ଦେଶରେ ନିଜ ପଦ ଛାଡିଛନ୍ତି।

ତାଙ୍କ ପରେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ପ୍ରଶ୍ନ ପଚରାଯିବା ପରେ ଏହାର କୌଣସି ଉତ୍ତର ଦେଇନାହାଁନ୍ତି। ବିପ୍ଲବ କୁମାର ଦେବଙ୍କ ବିଷୟରେ ସଂଗଠନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୁଇ ଜଣ ବିଧାୟକ ମଧ୍ୟ ଦଳ ଛାଡିଥିଲେ। ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଜେପି କୌଣସି ବିପଦ ଚାହୁଁନଥିବାରୁ ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିବା ଚର୍ଚ୍ଚା ହେଉଛି। ଆସନ୍ତା ବର୍ଷ ୨୦୨୩ ମସିହାରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟ ସହ ତ୍ରିପୁରାରେ ଏନେଇ ବିଜେପି ବଡ଼ ଧରଣର ଅଦଳବଦଳ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଇସ୍ତଫା ପରେ ବିପ୍ଲବ ଦେବ ସଂଗଠନର ଯେକୌଣସି ପଦବୀ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories