www.samajalive.in
Saturday, December 6, 2025
26.1 C
Bhubaneswar

ହାତୀ ଆକ୍ରମଣରେ ମହିଳା ମୃତ 

ଠାକୁରମୁଣ୍ଡା : ହାତୀ ଆକ୍ରମଣରେ ମହିଳା ମୃତ । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସରଭାଡ଼ି ଗ୍ରାମରୁ । ଆଜି ସକାଳ ୧୦ ଘଟିକା ସମୟରେ ସେହି ଗ୍ରାମର ରାଜେନ୍ଦ୍ର ନାଏକ ଏବଂ ତାଙ୍କ ସ୍ତ୍ରୀ ମାନୀ ନାଏକ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଉଥିବା ସମୟରେ ଏକ ଦନ୍ତା ଆକ୍ରମଣ କରିଥିଲା । ଉଭୟ ସ୍ୱାମୀ ସ୍ତ୍ରୀ ହାତୀ ଦେଖି ଜୀବନ ବଞ୍ଚାଇବା ପାଇଁ ଜୀବନ ବିକଳରେ ଧାଇଁଥିଲେ ମଧ୍ୟ ମାନୀଙ୍କୁ ହାତୀଟି ଶୁଣ୍ଢରେ ଟେକି ନେଇ କଚାଡି ଦେବା ସହିତ ପାଦରେ ଦଳି ଦେଇଥିଲା । ହାତୀଟି ପାଦରେ ଦଳି ଦେବା ଫଳରେ ମାନିଙ୍କ ଅବସ୍ଥା ଗୁରୁତର ହୋଇଥିଲା।
ତେବେ ସେହି ସମୟରେ ରାଜେନ୍ଦ୍ର ପାଟି କରିବାରୁ ହାତୀଟି ଛାଡ଼ି ଚାଲି ଯାଇଥିଲା । ତେବେ ରାଜେନ୍ଦ୍ରର ପାଟିଶୁଣି ଆଖପାଖର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନୀଙ୍କୁ ଉଦ୍ଧାର କରିବା ସହିତ ବନବିଭାଗକୁ ଖବର ଦେଇଥିଲେ । ତେବେ ବନବିଭାଗ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଯାଇ ଗୁରୁତର ମାନୀକୁ ଉଦ୍ଧାର କରି କରଂଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଆଣି ଚିକିତ୍ସା କରିଥିଲେ । ହେଲେ ଏଠାରେ ସ୍ୱାସ୍ଥ୍ୟ  ଅବସ୍ଥା ଗୁରୁତର ହେବାରୁ  କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ହେଲେ ବଡ଼ମେଡ଼ିକାଲକୁ ନେଉଥିବା ବେଳେ ଆନନ୍ଦପୁର ଘଷିପୁରା ନିକଟରେ ଗୁରୁତର ମାନୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories