www.samajalive.in
Saturday, December 6, 2025
26.1 C
Bhubaneswar

ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ପାଇଲେ ବନଜ୍ୟୋତ୍ସ୍ନା ସମ୍ମାନ 

ଫୁଲବାଣୀ :କନ୍ଧମାଳର ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, ମଞ୍ଚ ସଂଚାଳକ , ସଂଗଠକ ତଥା ଶିକ୍ଷାବିତ ଶ୍ରୀ କୈଳାଶ ଚନ୍ଦ୍ର ଧଳଙ୍କୁ ଫୁଲବାଣୀର ଜଣାଶୁଣା ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ତରଫରୁ ତାର ଦ୍ୱାଦଶ ପୁସ୍ତକ ମେଳା ଅବସରରେ କନ୍ଧମାଳର ଶ୍ରେଷ୍ଠ ଶିଶୁ ସାହିତ୍ୟିକ ଭାବରେ ପୁରସ୍କୃତ କରାଯାଇଛି  । ଆୟୋଜିତ ଏହି ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ବୋମ୍ୟକେଶ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି, ଅବସରପ୍ରାପ୍ତ ଅଧ୍ୟାପକ ତୀର୍ଥ ଯାନୀ , ସଭାପତି ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା,ସମ୍ପାଦକ କାହ୍ନୁ ଚରଣ ଶତପଥୀ, ପ୍ରଣତି ତ୍ରିପାଠୀ  ରୁପାମ୍ବିକ।  ପାତ୍ର, ସୁନିତ ଆଚରି, ଲିନାଚାନ୍ଦ,ସଦାଶିବ ପାତ୍ର  ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ଧଳଙ୍କୁ ମାନପତ୍ର ଓ  ଉତ୍ତରୀୟ ପ୍ରଦାନ କରିଥିଲେ  ।  ଶ୍ରୀ ଧଳ କନ୍ଧମାଳର ଜଣେ ଜଣାଶୁଣା ପ୍ରତିଭା, ଅଧୁନା ସେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡିବନ୍ଧରେ ପ୍ରଧାନ।ଚାର୍ଯ୍ୟ ଥିଲେ ମଧ୍ୟ ଜିଲ୍ଲାର ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି ।  ଜିଲ୍ଲା ଲେଖକ ସାମୁଖ୍ୟର ପ୍ରାକ୍ତନ ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ  ଫୁଲବାଣୀର ପ୍ରାକ୍ତନ ସଂପଦକ,  ଶିଶୁ ପତ୍ରିକା ଫୁଲରାଣୀର ସମ୍ପାଦକ ଥିଲେ । ଏହା ପୂର୍ବରୁ ଶ୍ରୀ ଧଳ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପ୍ରଦତ୍ତ ଅବନା କବିତାରେ ଭାବୁକ କବି ସମ୍ମାନ, ଗଳ୍ପରେ ଶାନ୍ତନୁ ସ୍ୱାଇଁ ସ୍ମୃତି ସମ୍ମାନ, ଶିଶୁ ସାହିତ୍ୟରେ ଜୟନ୍ତୀ ପଣ୍ଡା ସ୍ମୃତି ସମ୍ମାନ, ବନାନୀ ସାହିତ୍ୟ ପରିଷଦ, ଦାରିଂଗବାଡ଼ି ତରଫରୁ ବନାନୀଶ୍ରୀ ସମ୍ମାନ, ବନକୁସୁମ ପ୍ରତିଷ୍ଠାନ ,ବ୍ରହ୍ମପୁର ତରଫରୁ ବନଶ୍ରୀ ସମ୍ମାନ, ବର୍ତ୍ତମାନ ସମାଚାର ତରଫରୁ ଯୁବ କବି ସମ୍ମାନ, ଶିକ୍ଷା ବିକାଶ ତରଫରୁ ଶିକ୍ଷାସୃଜନୀ ସମ୍ମାନ, ନାରାୟଣୀ ଯାତ୍ରା ତରଫରୁ ଶ୍ରେଷ୍ଠ ବିଚାରକ ସମ୍ମାନ ପ୍ରଭୃତି ପାଇଛନ୍ତି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories