www.samajalive.in
Saturday, December 6, 2025
19.1 C
Bhubaneswar

ବାରମ୍ବାର ଦାବି ପରେ ପୁଣି ଗ୍ରାମବାସୀ ନିଜେ ତିଆରିକଲେ ଗ୍ରାମ ପାଇଁ କାଠପୋଲ

ଫୁଲବାଣୀ : ବାରମ୍ବାର ଦାବି ପରେ ପୁଣି ଗ୍ରାମବାସୀ ଗ୍ରାମ ପାଇଁ ନିଜେ କାଠପୋଲ ତିଆରି କରିଛନ୍ତି। ଏଭଳି ଘଟଣା କୋଟଗଡ ବ୍ଲକ ଅପହଞ୍ଚ ରଡିଗୁମା ପଂଚୟାତର ଜୁଡ଼ାବାଲି ଓ ନୁଆସାହି ଅଂଚଳରେ ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ ; ଗତ ତିତିଲି ବନ୍ୟା ବେଳେ କୋଟଗଡ ବ୍ଲକ ଅପହଞ୍ଚ ରଡିଗୁମା ପଂଚୟାତର ଜୁଡ଼ାବାଲି ଓ ନୁଆସାହି ରାସ୍ତାରେ ଥିବା ଏକ ଶଂଖ ଭାସି ଯାଇଥିଲା। ଫଳରେ ଗ୍ରାମବାସୀ ଯାତାୟତରେ ନାହିଁ ନଥିବା ହଇରାଣ ହେଉଛନ୍ତି। ଉକ୍ତ ଗ୍ରାମରେ ୩୦ରୁ ଉଦ୍ଧ୍ୱର୍ ପରିବାର ସହିତ ସାକାରଜୋଡ଼ି ଗ୍ରାମର ପ୍ରାୟ ୨୫ ପରିବାର ଉକ୍ତ ରାସ୍ତା ଉପରେ ବର୍ଷ ବର୍ଷ ଧରି ନିର୍ଭର କରିଥାନ୍ତି। ପ୍ରତିଦିନ ବିଭିନ୍ନ କାମରେ ପଂଚାୟତ ସଦର ମହକୁମାକୁ ନାଳ ଭିତର ଦେଇ ଏହି ୨ଟି ଗ୍ରାମର ଅଧିବାସୀ ମାନଙ୍କୁ ଯିବାକୁ ପଡୁଥିଲା। କେହି ରୋଗରେ ପଡିଲେ ହେଉ କିମ୍ବା କୁନି କୁନି ପିଲାମାନେ ଶିକ୍ଷାଦାନ ପାଇଁ ବିଦ୍ୟାଳୟକୁ ଯିବା ହେଲେ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାସ୍ତା ଖରାପ ଯୋଗୁଁ ଶଂଖ ଭାଙ୍ଗିବା ଦିନ ଠାରୁ ଆମ୍ବୁଲାନ୍ସ ଆସି ପାରୁ ନଥିଲା। ଗ୍ରାମବାସୀମାନେ ବହୁବାର ବ୍ଲକ ଠାରୁ ନେଇ ଜିଲ୍ଲା ପ୍ରସାସନ ନିକଟରେ ପୋଲ ନିର୍ମାଣ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନଥିଲା। ଏନେଇ ପୂର୍ବରୁ ବାରମ୍ବାର ଅଞ୍ଚଳବାସୀ ସରପଂଚ ଜିରନ୍ତ ମୁଠାମାଝୀଙ୍କୁ ମଧ୍ୟ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କୌଣସି ପ୍ରକାର ଶଂଖ ନିର୍ମାଣ ହୋଇ ପାରିନଥିବା ବେଳେ ପ୍ରତ୍ୟେକ ବର୍ଷର ଏହିଭଳି ଭାବେ ଗ୍ରାମବାସୀ , ଯୁବକ ଓ ଛାତ୍ର ମାନେ ମିଳିତ ଭାବେ ଉକ୍ତ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥାନ୍ତି। ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶେଷରେ ନିରାଶ ହୋଇ ଆଜି ପୁଣିଥରେ ଗ୍ରାମର ଗ୍ରାମବାସୀ ଓ ଯୁବଗୋଷ୍ଠି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ। ସମସ୍ତେ ଶ୍ରମଦାନ କରି ସେଠାରେ ଏକ କାଠ ପୋଲ ନିର୍ମାଣ କରାଯାଇଛି ବୋଲି ଗ୍ରାମର ପରମେଶ୍ୱର ଘଡ଼େଇ , ଜିତେନ୍ଦ୍ର ଘଡ଼େଇ ପ୍ରକାଶ କରିଛନ୍ତି। ଫଳରେ ଏବେ ଗ୍ରାମକୁ ଯାତାୟତର ସମସ୍ୟାର ଅସ୍ଥାୟୀ ସମାଧାନ ହୋଇ ପାରିଛି। ତେବେ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ସେଠାରେ ଏକ କଂକ୍ରିଟ୍ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ନଚେତ୍ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବୋଲି ସୂଚନା ମିଳିଛି।

 

- Advertisement -

 

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories