www.samajalive.in
Thursday, December 11, 2025
16.1 C
Bhubaneswar

ସମ୍ପର୍କର ହତ୍ୟା: ଛୁରୀରେ ଆକ୍ରମଣ କରି ଏକମାତ୍ର ପୁଅକୁ ମାରିଦେଲା ବାପା

କୈଥଲ: ଧାର୍ମିକ ସ୍ଥଳର କାନ୍ଥ ଭାଙ୍ଗିବାକୁ ବାରଣ କରିବାରୁ ନିଜର ଏକମାତ୍ର ପୁଅକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ପିତା। ଏହାପରେ ଅଭିଯୁକ୍ତ ପିତା ଫେରାର ହୋଇଯାଇଛି। ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। ଘଟଣା ଘଟିଛି ହରିୟାଣାର କୈଥଲ ଜିଲା ସ୍ଥିତ ଗୁହଲା ଅଞ୍ଚଳର ଖରକାନ ଗାଁରେ । ଏଠାରେ ଜଣେ ପିତା ନିଜ ପୁଅକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି। ପୁଅର ଏକମାତ୍ର ଦୋଷ ଥିଲା ଯେ, ସେ ତାର ପିତାଙ୍କୁ ପୀରର କାନ୍ଥ ଭାଙ୍ଗନାହିଁ ବୋଲି କହି ଅଟକାଇଥିଲା। ମୃତକଙ୍କର ଦୁଇ ବର୍ଷ ପୂର୍ବେ ବିବାହ ହୋଇଥିଲା ଏବଂ ତାଙ୍କ ପତ୍ନୀ ସାତ ମାସର ଗର୍ଭବତୀ ଅଛନ୍ତି। ପୁଲିସ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପିତା ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିଛି।

ପୁଲିସର ସୂଚନା ମୁତାବକ, ଖରକାନ ଗାଁ ନିବାସୀ ସୁଷମା ରାନୀ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଖରକାନ୍‌ ନିବାସୀ ଚନ୍ନପାଲ ଓରଫ୍‌ ବିଜୟଙ୍କ ସହ ତାଙ୍କର ବିବାହ ହୋଇଥିଲା। ମଙ୍ଗଳବାର ସେ ଓ ତାଙ୍କ ସ୍ବାମୀ, ଶାଶୁ କନ୍ତୋ ଦେବୀ, ନଣଦ ପରୀ ଏବଂ ଶ୍ବଶୁର ଜଗୀର ରାମଙ୍କ ସହ ଘରେ ଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ତାଙ୍କ ଶ୍ବଶୁର ଘର ନିକଟରେ ଥିବା ପୀର(ଧାର୍ମିକ ସ୍ଥଳ)ର କାନ୍ଥ ଭାଙ୍ଗିବାକୁ ଲାଗିଥିଲେ। ତାଙ୍କ ଶାଶୁ କନ୍ତୋ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ମାନି ନଥିଲେ। ଏହାପରେ ସେ ଗାଳି ଗୁଲଜ କରିଥିଲେ। ଇତି ମଧ୍ୟରେ ସ୍ବାମୀ ଚନ୍ନପାଲ(୨୪) ତାଙ୍କୁ ଅଟକାଇବାକୁ ଯିବାରୁ ଶ୍ବଶୁର ହାତରେ ଧରିଥିବା ଛୁରୀରେ ତାଙ୍କ ଛାତିକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ସ୍ବାମୀ ତଳେ ପଡ଼ିଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେ ଚିତ୍କାର କରିବାକୁ ଲାଗିଲେ ଓ ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ସେଠାରେ ଜମା ହୋଇଥିଲେ। ଏହା ଦେଖି ଶ୍ବଶୁର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ଜଗୀର ରାମଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

- Advertisement -

ସୂଚନାଯୋଗ୍ୟ, ଚନ୍ନପାଲ ତାଙ୍କ ମାତା ପିତାଙ୍କର ଏକମାତ୍ର ପୁଅ ଥିଲେ। ତାଙ୍କର ଦୁଇ ଭଉଣୀ ଅଛନ୍ତି। ନିଜ ପିତା ହାତରେ ପୁଅର ହତ୍ୟା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories