www.samajalive.in
Wednesday, November 12, 2025
17.1 C
Bhubaneswar

ଟ୍ରକ୍ ଧକ୍କାରେ ବାପ-ପୁଅ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟ ସାନ ବରଡେଡା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଦୁଇ ବାଇକ୍ ଆରୋହୀ ବାପ ଓ ପୁଅଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ପଛରେ ଆସୁଥିବା ଏକ କାର ଟ୍ରକ ପଛରେ ଧକ୍କା ଦେଇଥିଲା। କାରରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ଭଦ୍ରକ ଆହାରପଦା ଅଞ୍ଚଳର ଦିଲ୍ଲୀପ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପୁଅ ପ୍ରୀତମ ଭଟ୍ଟାଚାର୍ଯ୍ୟ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଉଭୟ ବାପ ପୁଅଙ୍କୁ ଟୋଲ୍ ଗେଟ୍ ଆମ୍ବୁଲାନ୍ସ ଓ ଘଟଗାଁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।‌ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଗାଁ ଓ ଢେଙ୍କିକୋଟ ପୁଲିସ ଦୁର୍ଘଟଣାର ତଦନ୍ତ କରୁଛନ୍ତି। ମୃତକ ବାପ ପୁଅ କେନ୍ଦୁଝରରୁ ବାଇକରେ ନିଜ ଗ୍ରାମକୁ ଫେରୁଥିଲେ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories