www.samajalive.in
Friday, December 5, 2025
26.1 C
Bhubaneswar

ରାମଲୀଲା ମୈଦାନରେ ଆଜି ବସିବ କିଷାନ ମହାପଞ୍ଚାୟତ

ନୂଆଦିଲ୍ଲୀ: ଆଜି ରାମଲୀଲା ମୈଦାନରେ କିଷାନ ମହାପଞ୍ଚାୟତ ବସିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଏକାଠି ହୋଇ ଗର୍ଜନ କରିବେ ଚାଷୀ ସଂଗଠନ । ଏହାର ପୂର୍ବରୁ ନୂଆଦିଲ୍ଲୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ହଜାର ହଜାର ଚାଷୀ ରାମଲୀଲା ମୈଦାନରେ ଏକାଠି ହେବାରେ ଲାଗିଛନ୍ତି । ଏମଏସପି ବୃଦ୍ଧି ସହିତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଦୀର୍ଘ ଦିନ ହେବ ଚାଷୀମାନେ ଆନ୍ଦୋଳନ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ସହ ଘନଘନ ବୈଠକ କରି ଆଲୋଚନା କରିଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଆଜି କିଷାନ ମହାପଞ୍ଚାୟତ ଜରିଆରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ସେପଟେ ଏହାକୁ ନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି । ଟ୍ରାକ୍ଟର କିମ୍ବା ଟ୍ରଲି ନେଇ ଆସିବା ବଦଳରେ ବସ କିମ୍ବା ଟ୍ରେନରେ ଚାଷୀମାନେ ମହାପଞ୍ଚାୟତକୁ ଆସିବା ପାଇଁ ଦିଲ୍ଲୀ ପୁଲିସ ପରାମର୍ଶ ଦେଇଛି । ଏହାସହିତ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇ ମହାପଞ୍ଚାୟତରେ ୫୦୦୦ ଚାଷୀ ସାମିଲ ହେବା ନେଇ କୁହାଯାଇଛି । ମହାପଞ୍ଚାୟରେ ଚାଷୀ ନିଜ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ରଖିପାରିବେ ନାହିଁ । ଦିନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହେବ ମହାପଞ୍ଚାୟତ । କିଷାନ ମହାପଞ୍ଚାୟତ ଓ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ଦିଲ୍ଲୀରେ ଟ୍ରାଫିକ ବ୍ୟବସ୍ଥା ବିଗିଡିବା ଆଶଙ୍କା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories