www.samajalive.in
Saturday, December 13, 2025
14.1 C
Bhubaneswar

ବିଧାନସଭା ସମ୍ମୁଖରେ ଆଠଗଡ଼ ଅଞ୍ଚଳର ୩ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ପୁଣି ବିଧାନସଭା ଆଗରେ ଦେଖିବାକୁ ମିଳିଛି ହାଇଡ୍ରାମା। କିଛି ଦିନରେ ଏକ ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ଆଜି ପୁଣି ଏହାର ପୁନରାବୃତ୍ତି କରି ୩ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ବିଧାନସଭା ସମ୍ମୁଖରେ ଆଜି ଅପରାହ୍ଣରେ ଆଠଗଡ଼ର ତିନିଜଣ ଚାଷୀ ନିଜ ଉପରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଠିକଣା ସମୟରେ ସହକାରୀ କମାଣ୍ଡାଣ୍ଟ ଲଳିତେନ୍ଦୁ ମହାନ୍ତି ଓ ଅନ୍ୟ ଅଧିକାରୀମାନେ  ତାଙ୍କୁ କାବୁ କରି  କରି ନେଇଥିଲେ । ଆଠଗଡ଼ କୋଅପରେଟିଭ୍ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଏହି ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।

ଆତ୍ମହତ୍ୟା କରିବାକୁ ଆସିଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଆମେ ଗରିବ ଲୋକ । ଚାଷ କଲେ ଚଳୁଛୁ। ଆମ ନାମରେ ଲକ୍ଷ ଲକ୍ଷ ଟଙ୍କା ଋଣ ନିଆଯାଇଛି। ଆମେ ଋଣ କରି ନ ଥିଲେ ବି ଆମମାନଙ୍କ ନାମରେ ଟଙ୍କା ଉଠାଯାଇଛି। ଆମମାନଙ୍କ ନାମରେ କେତେ ଟଙ୍କା ଋଣ ନିଆଯାଇଛି ତାହାର କୌଣସି ହିସାବ ଦିଆଯାଉ ନାହିଁ। ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଥିବାରୁ ତାହା ଶୁଝିବୁ କିପରି? ତେଣୁ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ବିଧାନସଭା ଆଗରେ ଆତ୍ମହତ୍ୟା କରିବାକୁ ଆସିଛୁ। ଆମେ ଋଣ ନେଇନାହୁଁ, କିନ୍ତୁ କାହିଁକି ଋଣ ଶୁଝିବୁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସଂକ୍ରାନ୍ତରେ କୃଷି ମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଆଠଗଡ଼ ଅଞ୍ଚଳର ଋଣ ଜାଲିଆତି ଶିକାର ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ଚାଷୀଙ୍କ ମଧ୍ୟରୁ ଜଣେ ଆଠଗଡ଼ର କୈଳାଶ ନାୟକ ହୋଇଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କୁ କାବୁ କରିନେବାବେଳେ ଚାଷୀମାନେ କହିଥିଲେ ଯେ ଆମକୁ ଛାଡ଼ି ଦିଅ, ଆମେ ଯିବୁ ନାହିଁ। ଆମେ ଆତ୍ମହତ୍ୟା କରି ଜୀବନ ହାରି ଦେବୁ। ଚାଷୀ ନେତା ଶେଷଦେବ ନନ୍ଦ କହିଛନ୍ତି ଯେ ଗରିବ ଚାଷୀଙ୍କୁ ଋଣମୁକ୍ତ କରାଯାଉ ଏବଂ ସେମାନଙ୍କ ନାମରେ ଅସାଧୁ ଉପାୟରେ ନିଆଯାଇଥିବା ଋଣ ପ୍ରସଙ୍ଗ ତଦନ୍ତ ହେଉ। ଅପରପକ୍ଷରେ ସୁରକ୍ଷାକର୍ମୀ ଏ ସଂକ୍ରାନ୍ତରେ କହିଛନ୍ତି ଯେ ବିଧାନସଭା ଚାଲି ଥିବାରୁ ଆମେ ସଜାଗ ରହିଛୁ। ବିଧାନସଭା ସମ୍ମୁଖରେ ୩ ଚାଷୀ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ସେମାନଙ୍କୁ ଠିକଣା ସମୟରେ କାବୁ କରି ନିଆଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories