www.samajalive.in
Saturday, December 13, 2025
14.1 C
Bhubaneswar

ଥୁରୀପଡାରୁ ଗଣ ବିକ୍ଷୋଭ ପଦଯାତ୍ରା

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ପଥୁରୀପଡା ଗ୍ରାମର ଅନୁସୂଚୀତ ଜାତି ବର୍ଗର ଗୁଣ୍ଡିଚା ନାଏକ ହତ୍ୟକାଣ୍ଡ ଘଟଣାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବାଙ୍କୀ ପୁଲିସ ପ୍ରଶାସନର ବିଫଳତାକୁ ଦୃଷ୍ଟିରେ ରଖି ପଥୁରୀପଡାରୁ ଏକ ଗଣ ବିକ୍ଷୋଭ ପଦଯାତ୍ରା ବାହାରିଛି। ନୂଆଦିଲ୍ଲୀ ସ୍ଥିତ ଜାତୀୟ ଦଳିତ ଆଦିବାସୀ ମହାସଂଘ  ଓଡିଶାର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶତାଧିକ ମହିଳା ଓ ପୁରୁଷ ପୁଲିସ ପ୍ରଶାସନର ବିଫଳତାକୁ ପ୍ରତିବାଦ ଜଣାଇ ଆସାମୀକୁ ଗିରଫ ଦାବୀରେ ୩ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପୁଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ପାଇଁ ପଥୁରୀପଡା ଗ୍ରାମରୁ ପାଦରେ ଚାଲି ଚାଲି କଟକ ବାହାରିଛନ୍ତି।

ଦାବୀପତ୍ର ଅନୁସାରେ କଟକ ଗ୍ରାମାଞ୍ଚଳ ପୁଲିସ ଅଧିନସ୍ଥ ବାଙ୍କୀ, ସାଲେପୁର, କିଶନ ନଗର, ଆଠଗଡ ଥାନା ମାନଙ୍କରେ ଅନୁସୂଚୀତ ଜାତି ବର୍ଗର ଲୋକ ମାନଙ୍କ ଉପରେ ଦିନକୁ ଦିନ ଅମାନବୀୟ ଅତ୍ୟାଚାର ବଢିଚାଲିଛି। ଏପରିକି ହତ୍ୟାକାଣ୍ଡ ଭଳି ଘଟଣାର ମଧ୍ୟ ଠିକ୍‍ ନ୍ୟାୟ ମିଳି ପାରିନାହିଁ। ଯାହାର ଉଦାହରଣ ବାଙ୍କୀ ଥାନା ଅନ୍ତର୍ଗତ ପଥୁରୀପଡା ଗ୍ରାମର ଅନୁସୂଚୀତ ଜାତି ବର୍ଗର ଗୁଣ୍ଡିଚା ନାଏକଙ୍କୁ ୧୯ା୧୧ା୨୦୧୯ରିଖ ଦିନ ସବର୍ଣ୍ଣଙ୍କ ଦ୍ୱାରା ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବାର ଅଭିଯୋଗ କ୍ରମରେ ବାଙ୍କୀ ଥାନା କେସ୍‍ ନଂ ୩୨୬/୨୦୧୯ରେ ରଜୁ କରାଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ। ଏପରିକି ନିର୍ଯ୍ୟାତିତ  ପରିବାରକୁ ଅତ୍ୟାଚାର ନିରାକରଣ ଆଇନ ଅନୁଯାୟୀ କ୍ଷତିପୂରଣ ମିଳିନଥିବା ସମ୍ପର୍କରେ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ବାରମ୍ବାର ଥାନା ଅଧିକାରୀ, ଏସଡିପିଓ, ଅତିରିକ୍ତ ଏସପି, ଗ୍ରାମାଞ୍ଚଳ ଏସପି ଓ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ବାରମ୍ବାର ନ୍ୟାୟ ଭିକ୍ଷା କରି ପରିବାର ଲୋକେ ନିରାଶ ହୋଇଥିବା କୁହାଯାଇଛି।

- Advertisement -

ଏହି ଗଣ ବିକ୍ଷୋଭରେ ସଂଗଠନର ରାଜ୍ୟ ସଭାପତି ଲିଟୁ ଦାସ, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ମହିଳା ସମ୍ପାଦିକା ଟିକିନା ପରିଡା, ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, କଟକ ପ୍ରଭାରୀ ପ୍ରକାଶ ଭୋଇ, ଅଶୋକ ଭୋଇ, ପୀତବାସ ନାଏକ, କବିତା ଭୋଇ, କୁନ୍ଦୟ ନାଏକ, ବାଙ୍କୀ ସଦସ୍ୟ ମନୋରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ବିକ୍ଷୋଭ ପଦଯାତ୍ରା ଆସିଥିଲା। ବାଙ୍କୀ ପୁଲିସ ସ୍ଥାନୀୟ ଭେଡା ରାମଚନ୍ଦ୍ରପୁର ଛକ ଠାରେ ବିକ୍ଷୋଭକାରୀଙ୍କୁ ଅଟକାଇ ୭ଦିନ ମଧ୍ୟରେ ଦାବୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ବିକ୍ଷୋଭକାରୀ ମାନେ ବିକ୍ଷୋଭରୁ ହଟିଥିଲେ। କଟକ ଅତିରିକ୍ତ ଏସପି, ଆଠଗଡ ଡିଏସପି ଓ ବାଙ୍କୀ ଥାନା ପୁଲିସ ଉପସ୍ଥିତ ରହି ଦାବୀପତ୍ର ଗ୍ରହଣ କରିଛନ୍ତି। ୩ଦଫା ଦାବୀ ମଧ୍ୟରେ ଗୁଣ୍ଡିଚା ନାଏକଙ୍କର ହତ୍ୟାକାରୀ ମାନଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ, ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଅନୁସୂଚୀତ ଜାତି/ଜନଜାତି ଆଇନର ଧାରା ଅନୁଯାୟୀ ଚାକିରୀରୁ ବହିସ୍କାର କରାଯାଉ,ନିର୍ଯ୍ୟାତି ପରିବାରକୁ ଅତ୍ୟାଚାର ନିରାକରଣ ଆଇନ ଅନୁଯାୟୀ ୭୨ଘଣ୍ଟା ମଧ୍ୟରେ କ୍ଷତିପୂରଣ ଦେବାସହ ପରିବାରର ସୁରକ୍ଷା ଦାବୀ କରାଯାଇଛି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories