www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀଙ୍କ ନାମ ପଞ୍ଜିକରଣକୁ ନେଇ କଂଗ୍ରେସର ଧାରଣା ଚେତାବନୀ

ନବରଙ୍ଗପୁର : ଚାଷୀଙ୍କର  ସମସ୍ୟାରେ କଂଗ୍ରେସ ଅଗ୍ରଣୀ ଭୂମିକା ନେଇଛି। ବିଭିନ୍ନ ସମୟରେ ଆନ୍ଦୋଳନ ଓ ଧାରଣା ଦେଇଛି। ରାଜ୍ୟସରକାର ଚାଷୀଙ୍କ ହିତ ଦୃଷ୍ଟିରେ ନାହାଁନ୍ତି। ଯଦି ଚାଷୀଙ୍କ ପ୍ରତି ସରକାରଙ୍କ ଆଦର ରହିଥାନ୍ତା ତେବେ ଖରିଫ ଧାନ ମଣ୍ଡି ପାଇଁ ଚାଷୀଙ୍କର ନାମ ପଞ୍ଜିକରଣରୁ ବଞ୍ଚିତ କରି ନଥାନ୍ତେ। ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ନାମକୁ ମାତ୍ର ଓ ଛୋଟ ଚାଷୀ ନାମ ପଞ୍ଜିକରଣ କରୁବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷେ ବୈଷୟୀକ ତୃଟି ଲାଗି ତୃତୀୟ ପର୍ଯ୍ୟାୟରେ ଆବେଦନ କରିଥିବା ୨୬୩୮ ଜଣ ଚାଷୀ ନାମ ପଞ୍ଜିକରଣ ହୋଇ ପାରିନାହିଁ। ବୈଷୟୀକ ତୃଟି ପାଇଁ ଚାଷୀଙ୍କ କେଉଁଠି ଭୁଲ ରହିଲା। ଚାଷୀଙ୍କ ପ୍ରତି ସରକାରଙ୍କ ଅବହେଳା କରନ୍ତି ତେବେ ବିଧାୟକ ଓ ଜିଲାପାଳଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ  ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି ।

ଗତ୨୦୧୯-୨୦ ବର୍ଷରେ ନବରଙ୍ଗପୁର ଜିଲାରେ ୧୩ଟି ଲ୍ୟାମ୍ପ୍ସ ମାଧ୍ୟମରେ ୨୦ ହଜାର ୩୪୯ ଚାଷୀ ପଞ୍ଜିକରଣ ହୋଇଥିଲା। ୨୦୨୦-୨୧ ବର୍ଷ ଖରିଫ ଧାନ ମଣ୍ଡି ପାଇଁ ୧୫  ହଜାର ୪୧୭ ଜଣ ନାମ ନବୀକରଣ କରିଥିବା ବେଳେ ୧୨ ହଜାର ୭୫୫ ଜଣଙ୍କ ନୂଆ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ମୋଟ ୨୮,୧୭୨ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିବା ବେଳେ ୭,୮୨୩ ଜଣ ଚାଷୀ ପଞ୍ଜିକରଣ ଗତ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ତେବେ ନବରଙ୍ଗପୁର ବ୍ଲକରେ ୭.୮୨ ପ୍ରତଶତ ଚାଷୀଙ୍କ ନାମ ପଞ୍ଜିକରଣ ବୃଦ୍ଧି ପାଇଥିବା ବେଳେ ଶୁଷ୍କ ଅଞ୍ଚଳ କୁହା ଯାଉଥିବା  ଓ ଜଳସେଚନ ନଥିବା ଚନ୍ଦାହାଣ୍ଡି ବ୍ଲକରେ ଅଧିକ ୮୦.୨୨ ପ୍ରତିଶତ ଓ ରାଇଘର ବ୍ଲକରେ ୬୮ ପ୍ରତିଶତ ଅଧିକ ଚାଷୀଙ୍କ ନାମ ପଞକରଣ  ହୋଇପାରିଛି। ଯାହାକି ସମସ୍ତଙ୍କୁ ଚକିତ କରିଛି  ବୋଲି  କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି।  ଚାଷୀ ନାମପଞ୍ଜିକରଣ ସରକାରଙ୍କ କାଗଜ କଲମରେ ଚାଲିଛି । ଚାଷୀ ନାମ ପଞ୍ଜିକରଣ ପାଇଁ ଆଧାର ଓ ରାସନ କାର୍ଡ ଆବଶ୍ୟକ କରିଥିବାରୁ ଛୋଟ ଓ ନାମକୁ ମାତ୍ର ଚାଷୀ ରାସନ କାର୍ଡ ଦାଖଲ କଲେ କାଳେ ସେମାନଙ୍କୁ ରାସନ କାର୍ଡ କଟିଯିବ ବୋଲି ଭୟରେ ରେ ବହୁ ଗରୀବ ଓ ନାମ ମାତ୍ର ଚାଷୀ ନାମ ପଞ୍ଜିକରଣ କରି ନଥିବା କୁହାଯାଇଛି।  ଅଶିକ୍ଷା ଓ ସଚେତନର ଅଭାବ ଲାଗି ଅନେକ ଚାଷୀ ନାମ ପଞ୍ଜିକରଣରୁ ବଞ୍ଚିତ ରହିଛନ୍ତି। ଜିଲାର ୪ ଜଣ ବିଧାୟକ ଓ ସାଂସଦ ଚାଷୀଙ୍କ ନାମ ପଞ୍ଜିକରଣ ଉପରେ ଗୁରୁତ୍ୱ ଦେଇନାହାଁନ୍ତି। ଶାସକ ଦଳର ବିଧାୟକ  ଓ ସାଂସଦ ଏହି ସମସ୍ୟା ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ  ଗୁରୁତ୍ୱ ଦେଇ ନଥିବା ଜିଲା ସଭାପତି ଶ୍ରୀ  ତ୍ରିପାଠୀ  ଅଭିଯୋଗ କରିଛନ୍ତି। ପୂର୍ବତନ ପିସିସି ସମ୍ପାଦକ ସରୋଜ ପାତ୍ର ଚାଷୀ ନାମ ପଞ୍ଜିକରଣ ଉପରେ ତଦନ୍ତ ହେବା ଆବଶ୍ୟକ ଓ ନୂତନ ଚାଷୀଙ୍କ ନାମ ପଞ୍ଜିକରଣ  କରିବାକୁ ଦାବି କରିଛନ୍ତି। ଗତ ବର୍ଷ ପ୍ରାୟ ୫ହଜାର ଚାଷୀ ପଞ୍ଜିକରଣ କରିନଥିବା ବେଳେ ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଧାୟକ ସଦନ ନାୟକ ରାଜ୍ୟ ସରକାର ଚାଷୀଙ୍କୁ କେବେ ମଧ୍ୟ ପ୍ରାଧାନ୍ୟ ଦେଇ ନାହାଁନ୍ତି । ଏବେ ନୂତନ କୌଶଳରେ ଧାନ ଚାଷ ହେଉଥିବାରୁ ଏକର ପିଛା ୨୦ କ୍ବିଣ୍ଟାଲ ଧାନ ଅମଳ ହେଉଛି। ସରକାର ଅଧିକ ଅମଳ ଧାନ ଚାଷ ଉପରେ ଚାଷୀଙ୍କ ଧାନ କିଣା ପାଇଁ ବ୍ୟବସ୍ଥା କରୁ ନାହାଁନ୍ତି ବୋଲି କହିଛନ୍ତି। ଚାଷୀ ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁବାଷ ସୁର ଜଳସେଚିତ ୨୦ ଓ ଅଣଜଳସେଚିତ ୧୨ କ୍ବିଣ୍ଟାଲ  ଧାନ ସରକାର ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ କିଣିବାକୁ ନିଷ୍ପତ୍ତି ନେଇଥିବାବେଳେ ବଳକା ଧାନକୁ ଚାଷୀ କଣ କରିବେ ବୋଲି ପ୍ରଶ୍ନ କରିଥିଲେ। ଜିଲା ସଭାପତି ଦିଲ୍ଲୀପ କୁମାର ବେହେରା ପନିପରିବା  ଦରଦାମବୃଦ୍ଧି ନିୟନ୍ତ୍ରଣ  ଦାବି କରିଥିଲେ। କୃଷକ ନେତା  ବୃନ୍ଦାବନ  ତ୍ରିପାଠୀ, ଜିଲା ସାଧାରଣ ସମ୍ପାଦକ ପ୍ରଦୀପ  ସାହୁ, ବରିଷ୍ଠନେତା ସତ୍ୟନାରାୟଣ ତ୍ରିପାଠୀ, ବାସୁଦେବ ପଟ୍ଟନାୟକ ଯୁବନେତା ଅବଦୁଲ ଫିରୋଜ ଓ କାଳୀ ଚରଣ ପତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories