www.samajalive.in
Saturday, December 13, 2025
21.1 C
Bhubaneswar

ବିଷପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ୮ ଦିନ ପରେ ଚାଷୀମୃତ

କଳାପଥର(ବାଙ୍କୀ) : ବାଙ୍କୀ – ଡମପଡ଼ା ବ୍ଳକ ଅନ୍ତର୍ଗତ କୁସୁପଙ୍ଗୀ ଗ୍ରାମର ଚାଷୀ ଫସଲ ନଷ୍ଟ ହେବାପରେ କ୍ଷତି ଆଶଙ୍କା କରି ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଶନିବାର ଉକ୍ତ ଚାଷୀଙ୍କର ମୃତ୍ୟୁ ଘଟିଛି। କୁସୁପଙ୍ଗୀ ଗ୍ରାମର ଚାଷୀ ଚୈତନ୍ୟ ପରିଡା (୫୫) ଋଣ କରି ଜମିରେ ଫସଲ କରିଥିବା ବେଳେ କିଛି ଦିନ ତଳେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ପେଥାଇ ପ୍ରଭାବରେ ସବୁ ଫସଲ ନଷ୍ଟ ହୋଇଯାଇଥିଲା। ବଞ୍ଚିଥିବା ଫସଲ କୁହୁଡି ପ୍ରଭାବରେ ପୋକ ଲଗିଯିବା ସହିତ କ୍ଷେତର ସମସ୍ତ ଫସଲ ଉଜୁଡି ଯାଇଥିଲା। ଋଣକରି ଫସଲ କରିଥିବା ବେଳେ ଋଣଭାର କିପରି ପିରିଶୋଧ କରିବେ ଭାବି ଚିନ୍ତାରେ ପଡିଯାଇଥିଲେ। ଫଳରେ ଚଳିତମାସ ୨୦ତାରିଖ ଦିନ ବିଷପିଇ ନିଜ ଜମିରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଉଦ୍ୟମ କରୁଥିବା ବେଳେ ପାଖ କ୍ଷେତର ଚାଷୀ ବିଲକୁ ଯିବା ସମୟରେ ଚୈତନ୍ୟ ମୁହଁ ମାଡି ତଳେପଡିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଅବସ୍ଥା ସଂକଟା ପନ୍ନ ଥିବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ତାନାନ୍ତରିତ କରାଯାଇଥିଲା। ପରେ ଅବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକେ ଧାରଉଦ୍ଧାର କରି ତାଙ୍କୁ ଭଲକରିବା ଆଶାରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଘରୋଇ ଚିକିତ୍ସାଳୟ ମଧ୍ୟ ଫେରାଇ ଦେଇଥିଲା। ଫଳରେ ପରିବାର ଲୋକେ କୌଣସି ଉପାୟ ନପାଇ ତାଙ୍କୁ ଘରକୁ ନେଇଆସିଥିଲେ। ଶନିବାର ସକାଳୁ ସ୍ୱାସ୍ଥ୍ୟ ସ୍ଥିତି ବିଗିଡି ଯିବାରୁ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୂୁ ଘୋଷଣା କରିଥିଲେ। ସୂଚନା ଥାଉକି ଚାଷୀଙ୍କ ପାଖରେ ସ୍ୱାସ୍ଥ୍ୟ କାର୍ଡ ଥାଇ ମଧ୍ୟ ତାହା କାର୍ଯ୍ୟରେ ଲଗିପାରିନାହିଁ। ଯଦ୍ୱାରାକି ସରକାରଙ୍କ ଯୋଜନା ବାସ୍ତବ କ୍ଷେତ୍ରରେ କେଉଁ ବର୍ଗ ନିକଟରେ ପହଞ୍ଚୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାଷୀଙ୍କ ମୃତ୍ୟୁପରେ ବାଙ୍କୀ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ପକ୍ଷରୁ ୩୨୬/୧୮ରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories