www.samajalive.in
Saturday, December 6, 2025
16.1 C
Bhubaneswar

ଏସ୍‍ପି ରାହୁଲ ଜୈନଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେବଗଡ: ଦେବଗଡ ଏସ୍‍ପି ରାହୁଲ ଜୈନଙ୍କର ନୂଆଁପଡା ଜିଲାକୁ ବଦଳି ହୋଇଥିବା ବେଳେ ଦେବଗଡ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବୁଧବାର ସଂଧ୍ୟାରେ ଦେବଗଡ ଜିଲା ସାମ୍ବାଦିକ ସଂଘର ଅଶୋକ କୁମାର ନନ୍ଦ, ସତ୍ୟ ନାରାୟଣ ମିଶ୍ର, ପ୍ରଣବ କୁମାର ଗୁରୁ, ପୃଥ୍ୱୀରାଜ ପଟ୍ଟନାୟକ, ସିଦ୍ଧାର୍ଥ ଗୁରୁ, ତରୁଣ କୁମାର ସାହୁ,ବିଜୟ କୁମାର ମୋଦୀ, ମାନସ କୁମାର ଦ୍ୱିବେଦୀ, ପ୍ରତାପ କିଶୋର ନାୟକ, ଅନୁଜ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଭୁକ୍ତା, ଦୀପକ କୁମାର ନନ୍ଦ ଓ ଶିବାଶିଷ ଝାଙ୍କର ଜିଲା ପୁଲିସ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏସ୍‍ପି ଜୈନଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏହି ଅବସରରେ ଜିଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଜୈନଙ୍କ ଅଳ୍ପ ଦିନର କାର୍ୟ୍ୟକାଳ ମଧ୍ୟରେ ଦେବଗଡ ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତିରେ ଆଣିଥିବା ଉଲ୍ଲେଖନୀୟ ସଫଳତା ସମେତ ଅପରାଧ ନିୟନ୍ତ୍ରଣ ,ମାଓ ମୁକାବିଲା ଏବଂ କରୋନା ମହାମାରୀର ଉଚିତ ମୁକାବିଲା ନିମନ୍ତେ ଏସ୍‍ପି ରାହୁଲ ଜୈନଙ୍କର ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଏସ୍‍ପି ଜୈନ ମଧ୍ୟ ଜିଲା ପୁଲିସର ବିଭିନ୍ନ ସଫଳତା ନିମନ୍ତେ ଜିଲାର ସାମ୍ବାଦିକ ତଥା ଗଣାମାଧ୍ୟମର ପ୍ରତିନିଧି ମାନଙ୍କର ଭୁମୀକା ଗୁରୁତ୍ୱପୂର୍ଣ୍ଣ ରହିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଏସ୍‍ପି ରବି ନାରାୟଣ ସି, ଏସ୍‍.ଡି.ପି.ଓ.ସୁଲେମାନ ଏକ୍କା, ଡିଏସ୍‍ପି ଶିବ ପ୍ରସାଦ ବିଶ୍ୱାଳ ଓ ରବୀନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories