ପୁରାତନ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  ଗୁରୁଡିଝାଟିଆସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଓଡିଆ ବିଭାଗ ପକ୍ଷରୁ ପୁରାତନ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ମହାବିଦ୍ୟାଳୟ ଓଡିଆ ସମ୍ମାନର ପ୍ରଥମ ଓ ଦ୍ୱିତୀୟ ବର୍ଷ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ଆୟୋଜିତ ଏହି ବିଦାୟକାଳୀନ ଉତ୍ସବରେ ଓଡିଆ ସମ୍ମାନର ଶେଷବର୍ଷର ବିଦ୍ୟାର୍ଥୀମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ସାମନ୍ତରାୟ ଅତିଥି ଭାବରେ ଯୋଗଦେଇ ଓଡିଆ ଭାଷା ସାହିତ୍ୟ କ୍ଷେତ୍ରରେ ନିଜକୁ ସୁପ୍ରତିଷ୍ଠିତ କରାଇ ସାରସ୍ୱତ ସୃଷ୍ଟି ଓ ଅଧ୍ୟାପନା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ନିମନ୍ତେ ବିଦାୟୀ ବିଦ୍ୟାର୍ଥୀମାନଙ୍କୁ କହିଥିଲେ । ପ୍ରାଧ୍ୟାପକ ସଚିତ୍ରାନନ୍ଦ ସ୍ୱାଇଁ, ମନୋରଞ୍ଜନ ସାମଲ, ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡଃ ନରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଦାୟୀ ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ଉଜ୍ୱଳମୟ ପାଇଁ ଆଶୀର୍ବଚନ ଦେଇଥିଲେ । ଅଧ୍ୟାପିକା ଲିଲି ବର୍ଦ୍ଧନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦାୟୀ ବିଦ୍ୟାର୍ଥୀମାନଙ୍କୁ କନିଷ୍ଠ ବିଦ୍ୟାର୍ଥୀ ଓ ମହାବିଦ୍ୟାଳୟ ପକ୍ଷରୁ ଉପଢୌକନ ପ୍ରଦାନ କରାଯାଇଥିଲା।

 

Comments are closed.