www.samajalive.in
Saturday, December 6, 2025
19.1 C
Bhubaneswar

ଏହି ଉଚ୍ଚ ଝରଣାରେ ସହଜରେ ଚଢିଥାଆନ୍ତି ଲୋକେ ଜାଣନ୍ତୁ ଏହାର ବିଶେଷତ୍ୱ

ଦୁନିଆରେ ଏପରି ବହୁ ଜିନିଷ ଓ ସ୍ଥାନ ରହିଛି, ତାହାର ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ଏପରି ହିଁ ଏକ ଝରଣା ରହିଛି, ଯାହା ବିଷୟରେ ହୁଏତ ଅଧିକାଂଶ ଲୋକେ ଜାଣନଥିବେ। ଏହି ଝରଣାର ବିଶେଷତ୍ୱ ହେଉଛି ଏଠାରେ ଆପଣ ଶେଷ ସ୍ଥାନରୁ ଉପର ସ୍ଥାନ ଯାଏଁ ବିନା ଖସି ଚଢିପାରିବେ। ଯାହା ଅନ୍ୟ ଝରଣାମାନଙ୍କ ନିକଟରେ ସାଧାରଣ ଭାବେ ସମ୍ଭବ ନୁହେଁ । ପାଦ ଖସିଲେ ଆଘାତ ଲାଗିବାର ସମ୍ଭାବନା ମଧ୍ୟ ଅଧିକ ଥାଏ।
ଏହି ଝରଣା ଟିର ନାମ ହେଉଛି ‘ବୁଆ ଟଙ୍ଗ’। ଏହା ଥାଇଲ୍ୟାଣ୍ଡରେ ସ୍ଥିତ। ଝଣଣାଟି ଏପରି ଭିନ୍ନ ଯେ ଆପଣ ବହୁଥିବା ପାଣିରେ ଦୌଡ଼ି ମଧ୍ୟ ଚଢି ପାରିବେ। ୩୩୦ ଫିଟ ଉଚ୍ଚତା ବିଶିଷ୍ଟ ଏହି ଝରଣାକୁ ଚିପଚିପା ଝରଣା ମଧ୍ୟ କୁହାଯାଏ। ଅନ୍ୟ ଏକ ବିଶେଷ କଥା ହେଉଛି ପଥରରେ ବହୁଥିବା ଏହି ଝରଣାର ପାଣି ଧଳା ରଙ୍ଗ ଭଳି ହିଁ ଦେଖାଯାଏ। ଏହି ଝରଣା କଡ଼ରେ ବନ୍ଧା ହୋଇଥିବା ରଶି ସାହାଯ୍ୟ ମଧ୍ୟ ଅନେକ ଲୋକେ ଝରଣା ଉପରକୁ ଚଢି ଥାଆନ୍ତି।
ଏଠାକାର ପଥର ଗୁଡ଼ିକୁ ଛୁଇଁଲେ ଏହା ଯେପରି ଖୁବ ନରମ ସେଭଳି ହିଁ ଅନୁଭବ ହୋଇଥାଏ। ଏହି ଜଳ ସ୍ରୋତରେ କ୍ୟାଲସିୟମର ମାତ୍ରା ଖୁବ ଅଧିକ ରହିଛି ବୋଲି କୁହାଯାଏ।
ଏହି ପାଣିର ରଙ୍ଗଧଳା ହୋଇଥିବାରୁ ଖିର ଭଳି ଜଣାପଡ଼ିଥାଏ।
ଅଧିକାଂଶ ଲୋକେ ଏହି ଝରଣାରେ ଶେଷ ସ୍ଥାନରୁ ଉପର ଅଂଶକୁ ଯିବାକୁ ଇଚ୍ଛା କରିବା ସହ ଏହାର ବେଶ ଆନନ୍ଦ ନେଇଥାଆନ୍ତି।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories