www.samajalive.in
Monday, December 8, 2025
13.1 C
Bhubaneswar

ନକଲି କରୋନା ପରୀକ୍ଷା କେନ୍ଦ୍ରର ମାଲିକ ସଂକ୍ରମିତ, ଗିରଫ କଲା ପୁଲିସ

ପୁରୀ: କାକଟପୁର ବଜାରରେ ଚାଲିଥିବା ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ କରିଛି ପୁଲିସ। ଅନଧିକାର ଭାବେ ସେଠାରେ ଲୋକଙ୍କୁ କରୋନା ପରୀକ୍ଷା ରିପୋର୍ଟ ଦିଆଯାଉଥିବା ଜଣାପଡିଛି। ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଆଶିଷ ମହାପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ମା’ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ର ମାଲିକ ପ୍ରକାଶ କୁମାର ଦାସଙ୍କ ବିରୋଧରେ ପୁଲିସ ମୋକଦ୍ଦମା ରୁଜୁ କରିଛି। ତାଙ୍କୁ ଗିରଫ କରାଯିବା ସହ କରୋନା ପରୀକ୍ଷା ଉପକରଣ ଜବତ କରାଯାଇଛି। ସିଦ୍ଧିକେଶ୍ବର ଗ୍ରାମର ସନ୍ତୋଷ କୁମାର ନାୟକ ଏବଂ ଜଳେଶ୍ବରପଡା ଗ୍ରାମର ବିସ୍ମୟ ବିଶ୍ବାଳଙ୍କୁ ସଂପୃକ୍ତ ପରୀକ୍ଷା କେନ୍ଦ୍ର ମାଲିକ କିଛିଦିନ ତଳେ କୋଭିଡ ପରୀକ୍ଷା ରିପୋର୍ଟ ଦେଇଥିଲେ।

କାକଟପୁରର ବ୍ୟାଙ୍କଛକରେ ଏହି ପରୀକ୍ଷା କେନ୍ଦ୍ର ଦୀର୍ଘଦିନ ଧରି ଚଳାଇଥିଲା। ଗିରଫ ପ୍ରକାଶଙ୍କ ଘର କାକଟପୁର ଥାନା ଅନ୍ତର୍ଗତ ପଟିସାହି ଗ୍ରାମରେ ବୋଲି ଜଣାପଡିଛି। ଭୁବନେଶ୍ବରରୁ କରୋନା ପରୀକ୍ଷା ଉପକରଣ ଆଣି ସେ ଆଗ୍ରହୀ ଲୋକଙ୍କ ପରୀକ୍ଷା କରିବା ସହ ରିପୋର୍ଟ ଦେଉଥିଲେ। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର କେତେକ ଡାକ୍ତର ତାଙ୍କ ପାଖକୁ କରୋନା ପରୀକ୍ଷା ପାଇଁ ଲୋକଙ୍କୁ ପଠାଉଥିବା ଅଭିଯୁକ୍ତ ପ୍ରକାଶ ପୁଲିସଙ୍କୁ ବୟାନ ଦେଇଛନ୍ତି। ବିନା ଡାକ୍ତରୀ ଶିକ୍ଷାରେ ରୋଗୀଙ୍କୁ ସେ ଔଷଧ ଲେଖୁଥିବା ତଦନ୍ତରୁ ଜଣାପଡିଛି। ତାଙ୍କ ନିକଟରୁ ୨ଟି କୋଭିଡ ପରୀକ୍ଷା ଉପକରଣ ସମେତ ବିଭିନ୍ନ ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯାଇଥିବା ସ୍ବାବ୍‌ ନମୁନା ଜବତ କରାଯାଇଛି।

- Advertisement -

ତଦନ୍ତ ବେଳେ କ୍ଲିନିକ୍‌ ମାଲିକ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିବା ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂହ କହିଛନ୍ତି। ଏହାଛଡା ସେ ଗୋଟିଏ ଏକ୍ସରେ ମେସିନ୍‌ ପକାଇବା ସହ ଅନ୍ୟକେତେକ ସ୍ବାସ୍ଥ୍ୟ ପରୀକ୍ଷା ଯନ୍ତ୍ର ରଖିଥିବା ତଦନ୍ତରୁ ଜଣାପଡିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମା’ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ରରେ ତାଲା ପକାଇଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫା ସମେତ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଅପରାଧ ମାମଲା ରୁଜୁ କରାଯାଇଛି। ପ୍ରକାଶଙ୍କୁ ଗିରଫ ପରେ ପୁଲିସ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା। ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଘଟଣାର ତଦନ୍ତ ଅବ୍ୟାହତ ରହିଥିବା ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories