www.samajalive.in
Saturday, December 6, 2025
23.1 C
Bhubaneswar

ବିଜେପିରେ ଯୋଗ ଦେଲେ ସଂଖ୍ୟାଲଘୁ ନେତା ଫହିମ୍ ଖାନ

ପାଟଣା :  ଢେଙ୍କିକୋଟ ଠାରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧକ୍ଷତାରେ ଆୟୋଜିତ ଏକ ମିଶ୍ରଣ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଂଖାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲିଙ୍କ ଉପସ୍ଥିତିରେ ଯୋଡ଼ା ଅଞ୍ଚଳର ସଂଖ୍ୟାଲଘୁ ନେତା ଫହିମ୍ ଖାନ ( ରାଜା ଭାଇ)  ବିଜେପିରେ ଯୋଗ ଦେଇଛନ୍ତି। ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ ବିଜେପି ସଂଖାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଏବଂ ପୂର୍ବତନ ସାଂସଦ ଅନନ୍ତ ନାୟକ ସଂଖ୍ୟାଲଘୁ ନେତା ଫହିମ୍ ଖାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିକୁ ସ୍ୱାଗତ କରିଥିଲେ। ନୂତନ ଭାବେ ରାଜ୍ୟ ସଂଖାଲଘୁ ମୋର୍ଚ୍ଚା ସଭାପତି ଦାୟିତ୍ୱ ମିଳିବା ପରେ ପ୍ରଥମ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ସିକନ୍ଦର ଅଲ୍ଲିଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଂଯୋଜକ ଜୟଦେବ ଗିରି ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଉପସଭାପତି ଅଖିଳ ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ବରିଷ୍ଠ ସଂଖ୍ୟାଲଘୁ ନେତା ସେକ୍ ଜିଆଜୁଲ, ସବୀର ଦାଶ୍, ଅଶ୍ୱିନୀ ମହାନ୍ତ , ଜିତେନ୍ଦ୍ର ପଲେଇ , ଅଭିମନ୍ୟୁ ଲୋହାନି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସବ୍ କା ସାଥ୍ ସବ୍ କା ବିଶ୍ବାସ ଓ ସବ୍ କା ବିକାଶ ସ୍ଳୋଗାନ ସହ ୩୭୦ଧାରା ଉଚ୍ଛେଦ ଓ ତିନ୍ ତଲାକ ପ୍ରଥାକୁ ଉଚ୍ଛେଦ କରାଯିବା ତାଙ୍କୁ ପ୍ରେରଣା ଯୋଗାଇ ଥିବା ଯୁବ ନେତା ଫଇମ୍ ଖାଁନ୍ ମତ ରଖିଛନ୍ତି। ସେହିପରି ରାଜ୍ୟ ବିଜେପି ସଂଖ୍ୟାଲଘୁ ସେଲ ସଭାପତି ସିକନ୍ଦର ଅଲ୍ଲୀ ତାଙ୍କ ବକ୍ତବ୍ୟରେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଥିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଗାମୀ ଦିନରେ ରାଜ୍ୟବାସୀ ଓଡ଼ିଆର ପ୍ରକୃତ ବିକାଶ ଦେଖିବେ ବୋଲି ଏହି ସମ୍ମିଳନୀରେ ମତ ପ୍ରକାଶ କରିଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories