www.samajalive.in
Wednesday, December 10, 2025
23.1 C
Bhubaneswar

ଫେସବୁକ୍‍ ଆଣିବ କ୍ରିପ୍ଟୋକରେନ୍ସି, ବ୍ୟବହାର କରିପାରିବେ ୨୦୦ କୋଟି ୟୁଜର୍ସ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ୱେବସାଇଟ ଫେସବୁକ୍‍ ଖୁବଶୀଘ୍ର କ୍ରିପ୍ଟୋକରେନ୍ସି ଲଞ୍ଚ କରିବ। କମ୍ପାନୀର ବିଶ୍ୱ ବ୍ୟାପୀ ଥିବା ୨୦୦ କୋଟି ୟୁଜର୍ସ ଏହି କ୍ରିପ୍ଟୋକରେନ୍ସିର ବ୍ୟବହାର କରିପାରିବେ। ମଙ୍ଗଳବାର ଫେସବୁକ୍‍ ପକ୍ଷରୁ ଏହି ଘୋଷଣା କରାଯାଇଛି।
ଆସନ୍ତା ୬ରୁ ୧୨ ମାସ ମଧ୍ୟରେ ଫେସବୁକ୍‍ କ୍ରିପ୍ଟୋକରେନ୍ସି ଲଞ୍ଚ କରିବ ବୋଲି କୁହାଯାଇଛି। ଫେସବୁକ୍‍ କ୍ରିପ୍ଟୋକରେନ୍ସିର ନାମ ରହିବ ଲିବ୍ରା। ଏହି କରେନ୍ସିର ବ୍ୟବହାର ଇ-କମର୍ସ ଏବଂ ବିଜ୍ଞାପନ ପାଇଁ କରିହେବ। ଏଥିପାଇଁ ଫେସବୁକ୍‍ ପେ-ପାଲ, ଉବେର, ସ୍ପୋଟିଫାୟ, ଭିସା ଏବଂ ମାଷ୍ଟରକାର୍ଡ ସହ ହାତ ମିଳାଇଛି। ଏହାଦ୍ୱାରା ଫେସବୁକ୍‍ ଅତି ସହଜରରେ ନିଜ ବ୍ୟାପାରର ବୃଦ୍ଧି କରିପାରିବ।

ଫେସବୁକ୍‍ର ଏହି ପଦକ୍ଷେପ ଦ୍ୱାରା ବିଭିନ୍ନ ଦେଶର ବ୍ୟାଙ୍କ, ରାଷ୍ଟ୍ରୀୟ ମୁଦ୍ରା ଏବଂ ୟୁଜର୍ସର ବ୍ୟକ୍ତିଗତ ଗୋପନୀୟତା ଉପରେ ବିପଦର ଆଶଙ୍କା ରହିଛି। ତେବେ କମ୍ପାନୀ ନିଜର ୨୪ରୁ ଊର୍ଦ୍ଧ୍ବ ସହଯୋଗୀଙ୍କ ସହ ମିଶି ଏହି କରେନ୍ସିକୁ ସଞ୍ଚାଳିତ କରିବ ବୋଲି ଆଶ୍ୱାସନା ଦେଇଛି। ଲିବ୍ରା ଲଞ୍ଚ ହେବାର ମାତ୍ର କିଛି ମାସ ମଧ୍ୟରେ ଫେସବୁକ୍‍ ୧୦୦ କୋଟି ଡଲାର ଆୟ କରିପାରିବ ବୋଲି ଆଶା ବ୍ୟକ୍ତ କରିଛି। ବ୍ୟାଙ୍କ ଖାତା ନଥିବା ଓ କ୍ରେଡିଟ୍‍ କାର୍ଡ ବ୍ୟବହାର କରୁନଥିବା ଲୋକମାନେ ଏହି କରେନ୍ସିର ବ୍ୟବହାର କରିପାରିବେ ବୋଲଇ ଫେସବୁକ୍‍ ପକ୍ଷରୁ କୁହାଯାଇଛି। ଫେସବୁକ୍‍ର ଲିବ୍ରା କ୍ରିପ୍ଟୋକରେନ୍ସି ଆମେରିକୀୟ ଡଲାର, ୟୁରୋ ଓ ଅନ୍ୟ ଦେଶର ମୁଦ୍ର ସମକକ୍ଷ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି। ଏଥିପାଇଁ ଲିବ୍ରା ସଂଘ ଗଠନ କରାଯିବ ଓ ଏହାର ମୁଖ୍ୟାଳୟ ଜେନେଭାରେ ରହିବ ବୋଲି ସୂଚନା ଦିଆଯାଇଛି। ଏହି ସଂଘ ସ୍ୱିସ୍‍ ଆଇନ ପରିସରରେ କାର୍ଯ୍ୟ କରିବ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories