www.samajalive.in
Friday, December 12, 2025
27.1 C
Bhubaneswar

ସାମ୍ବାଦିକଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ : ସାଇବର ଥାନାରେ ମାମଲା

ସମ୍ବଲପୁର – ସମ୍ବଲପୁରର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ ଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲାଯାଇଥିବାର ଅଭିଯୋଗ ହୋଇଛି । ପ୍ରାପ୍ତସୂଚନାନୁଯାୟୀ, ସାମ୍ବାଦିକ ଭୋଇ ଙ୍କ ଫଟୋ ଓ ନାମକୁ ବ୍ୟବହାର କରି ନକଲି ଫେସବୁକ (ସାମାଜିକ ଗଣମାଧ୍ୟମ) ଆକାଉନ୍ଟ ଖୋଲି ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ସାଥି ହେବା ପାଇଁ ଅନୁରୋଧ ପଠାଉଛି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କୁ ଆଭାଷି (ଗୁଗୁଲ ପେ, ଫୋନ ପେ ଆଦି) ମାଧ୍ୟମରେ ଟଙ୍କା ପଠାଇବାକୁ କହୁଛି ।

ଏ ସର୍ମ୍ପକରେ ଖବର ପାଇବା ପରେ ତୁରନ୍ତ ସାମ୍ବାଦିକ ଭୋଇ ଚିହ୍ନା ପରିଚିତ ବ୍ୟକ୍ତି ମାନଙ୍କୁ ଉକ୍ତ ଆକାଉନ୍ଟରୁ ଆସୁଥିବା ଅନୁରୋଧକୁ କେହି ଗ୍ରହଣ କିମ୍ବା ଟଙ୍କା ନ ପଠାଇବାକୁ ଅନୁରୋଧ କରିଛନ୍ତି । ଏ ସର୍ମ୍ପକରେ ସାମ୍ବାଦିକ ଭୋଇ ସମ୍ବଲପୁର ସାଇବର ପୁଲିସ ଥାନାରେ ଅଭିଯୋଗ କରିବାରୁ ମାମଲା ସଂଖ୍ୟା ୨୯/୨୦୨୨ ରୁଜୁ କରି ନକଲି ଆଡି ଗୁଡିକୁ ବନ୍ଦ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପଦକ୍ଷେପ ନେଇଛି ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories