www.samajalive.in
Saturday, December 6, 2025
23.1 C
Bhubaneswar

ତ୍ୱଚା ପାଇଁ ଥରେ ଆପଣାନ୍ତୁ ଏହି ଉପାୟ

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ। ଏହା କେବଳ ବ୍ରଣ ଏବଂ ଦାଗର ସମସ୍ୟା ସୃଷ୍ଟି କରେ ନାହିଁ ବରଂ କିଛି ଲୋକଙ୍କ ତ୍ୱଚା ରଙ୍ଗ ମଧ୍ୟ କଳା କରିଥାଏ। ଏଭଳି ଅନେକ ସମସ୍ୟାରୁ ରକ୍ଷା ପାଇବା ପାଇଁ ନିମ ଖୁବ ପ୍ରଭାବଶାଳୀ । ଚର୍ମର ଯତ୍ନରେ ନିମ ଅନେକ ସମୟ ଧରି ବ୍ୟବହାର ହୋଇ ଆସୁଛି।କେବଳ ଏହା ନୁହେଁ, ଏହାର ଔଷଧୀୟ ଗୁଣ ହେତୁ ନିମ ଅନେକ ପ୍ରକାରର ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୁଏ ।
ନିମରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ବ୍ରଣ ଏବଂ ଦାଗର ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ନିମ ଫେସ୍ ପ୍ୟାକ୍ ଠାରୁ ଆରମ୍ଭ କରି ନିମ ସ୍କ୍ରବ୍ ଇତ୍ୟାଦି ସବୁକିଛି ବଜାରରେ ଉପଲବ୍ଧ । ଆପଣ ଘରେ କିଛି ଜିନିଷ ମିଶ୍ରଣ କରି ନିମର ଏକ ଫେସ୍ ପ୍ୟାକ୍ ମଧ୍ୟ ତିଆରି କରିପାରିବେ ।
ନିମ ଏବଂ ମହୁ ଫେସ୍ ପ୍ୟାକ୍: ଏଥିପାଇଁ ନିମ୍ ପତ୍ରର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତା’ପରେ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ଆପଣଙ୍କ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ । ଏହାକୁ ୩୦ ମିନିଟ୍ ରଖି ଶୁଖିବା ପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଚର୍ମର ଶୁଷ୍କତାକୁ ଦୂର କରିବା ସହ  ଚର୍ମକୁ  ଉଜ୍ଜ୍ୱଳ କରିଥାଏ ।

ନିମ ଏବଂ ଘିକୁଆଁରୀ ରସ : ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ, ଦୁଇ ଚାମଚ ଘିକୁଆଁରୀ ରସକୁ ଏକ ଚାମଚ ନିମ ପାଉଡରରେ ମିଶାନ୍ତୁ । ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାଇବା ପୂର୍ବରୁ ଗୋଲାପ ଜଳ ରେ ଚର୍ମକୁ ସଫା କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ଆପଣଙ୍କ ମୁହଁ ଏବଂ ବେକରେ ଲଗାନ୍ତୁ ।୧୫ ମିନିଟ୍ ଶୁଖିବା ପରେ ମୁହଁକୁ ଭଲ ଭାବରେ ଧୋଇ ପୋଛି ଦିଅନ୍ତୁ ଏବଂ ପରେ ମୁହଁରେ ମଶ୍ଚରାଇଜର ବ୍ୟବହାର କରନ୍ତୁ ।

- Advertisement -

ନିମ ଏବଂ ବେସନ : ଏହି ଫେସ୍ ମାସ୍କ ବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ଚର୍ମକୁ ଚମକାଇଥାଏ । ଏଥିପାଇଁ ଏକ ଚାମଚ ବେସନରେ ଏକ ଚାମଚ ନିମ ପାଉଡର ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟରେ କିଛି ଦହି ମିଶାନ୍ତୁ । ଏହି ପ୍ୟାକ୍ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାନ୍ତୁ । ୧୫ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ । ଆପଣ ଏହାକୁ ସପ୍ତାହରେ ଦୁଇଥର ବ୍ୟବହାର କରିପାରିବେ ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories