www.samajalive.in
Saturday, December 6, 2025
23.1 C
Bhubaneswar

ମୁହଁ ପାଇଁ ଆବଶ୍ୟକ ଏହି ଖରାଦିନିଆ ଟିପ୍ସ

ଖରାଦିନ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ମାତ୍ର ଖରାର ପ୍ରଭାବ ଏବେ ଠାରୁ ଅନୁଭବ ହେବାକୁ ଲାଗିଲାଣି। ଏହି ଦିନରେ ନିଜ ମୁହଁର ବିଶେଷ ଭାବେ ଯତ୍ନ ନେବାକୁ ଆବଶ୍ୟକ। କର୍ମବହୁଳ ବ୍ୟସ୍ତତା ଜୀବନରେ ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ , କିପରି ନେବେ ଖରାଦିନେ ମୁହଁର ଯତ୍ନ….
ଖରାଦିନରେ ବାହାରକୁ ଯିବା ପୂର୍ବରୁ ନିଜ ମୁହଁ, ହାତ, ବେକରେ ସନକ୍ରିମ କିମ୍ବା ସନ ଲୋଶନ ଲଗାନ୍ତୁ। ମୁହଁରେ ସ୍କାର୍ଫ ବାନ୍ଧନ୍ତୁ।
ସପ୍ତାହକୁ ୨ ରୁ ୩ ଥର ଦହିରେ ବେସନ, ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁର ରଙ୍ଗ ଗୋରା ରହିବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ।
ଆଖିତଳ ଓ ମୁହଁର ଯେଉଁ ଅଂଶ କଳା ପଡ଼ୁଛି ସେଠାରେ କାକୁଡ଼ିକୁ ପେଷି ଏହାର ରସକୁ ଲଗାନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।
ବାହାରୁ ଘରକୁ ଆସିବା ପରେ ମୁହଁକୁ ଓଦା କପଡ଼ାରେ ପୋଛିବା ପରେ କ୍ଲିନଜିଂ ମିଲ୍କରେ ପୋଛନ୍ତୁ।
ସପ୍ତାହକୁ ୨ ରୁ ୩ ଥର ମୁହଁରେ ଘିକୁଆଁରୀ ଲଗାନ୍ତୁ। କିଛି ସମୟ ଲଗାଇ ମୁହଁରେ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ।
ଚନ୍ଦନ ଓ ତୁଳସୀକୁ ମିଶାଇ ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଶୀତଳ ରହିବା ସହ ବିଭିନ୍ନ ଦାଗ ଦୂର ହୋଇଥାଏ।
ନିୟମିତ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଗୋଲାପ ଜଳରେ ପୋଛି ଶୁଅନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories