କେୟାର ନେତ୍ରମ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣ ମଣ୍ଡପଠାରେ ସ୍ଥାନୀୟ ସରପଞ୍ଚ ଗୌତମ ବାରଲୀଙ୍କ ସହାୟତାରେ କେୟାର ନେତ୍ରମ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୬୦ଜଣ ନାମ ପଞ୍ଜୀକୃତ କରିଥିବା ବେଳେ ସେଥିରେ ୮ଜଣ ବିଦ୍ୟାଳୟର ଛାତ୍ରଛାତ୍ରୀ ରହିଥିଲେ । ଏହି ୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମାଗଣା ଚଷମା ଦିଆଯାଇଥିବା ବେଳେ ଜଣଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କରିବାକୁ କହିଥିଲେ । ଅନ୍ୟମାନଙ୍କୁ ଚିକିତ୍ସା କରି ଚଷମା ପ୍ରଦାନ କରାଯାଇଛି । ବଜାର ମୂଲ୍ୟଠାରୁ କମରେ ବା ୨୦୦ଟଙ୍କାରୁ ୪୫୦ ଟଙ୍କା ମୂଲ୍ୟ ନେଇ ଚଷମା ଦେଇଛନ୍ତି । ଏଥିରେ ଭୁବନେଶ୍ବର କେୟାର ନେତ୍ରମରୁ ସୁବଳ ମାଲା, ରମ୍ଭା ନାହକ, ଲକ୍ଷ୍ମୀ ଭୋଇ, ଉତ୍କଳ ଗୌରବ ନାୟକ, ପାୟଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକର ୧୪ଦିନରେ ୧୪ଟି ପଞ୍ଚାୟତରେ ସରପଞ୍ଚଙ୍କ ସାହାଯ୍ୟରେ କରାଯିବ ବୋଲି କହିଛନ୍ତି ।
Comments are closed.