ବାଙ୍କୀ ମଣ୍ଡଳସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ

ବାଙ୍କୀ: ବାଙ୍କୀର ମଣ୍ଡଳସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ବାଙ୍କୀ ବ୍ଲକ୍‍ ଅନ୍ତର୍ଗତ କେନ୍ଦୁପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବ୍ଲକ୍‍ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ସାହୁ, ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ସମିତିସଭ୍ୟ ପ୍ରେମାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ବିଜ୍ଞାନମେଳାର ଶୁଭ ଉଦ୍‍ଘାଟନ କରିଥିଲେ। ଏହି ମେଳାରେ ବାଙ୍କୀ ବ୍ଲକ୍‍ ଅଧିନ ବିଭିନ୍ନ ବିଦ୍ୟାଳୟରୁ ୧୦୭ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଏବିଓ ରୂକ ନାୟକ, ମାଧବ ଦେହୁରୀ, ଲତିକା ଦେଈ ପ୍ରମୁଖ ଉପସ୍ଥିତ ଥିଲେ। ମଣ୍ଡଳ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନ୍ତୋଷ କୁମାର ରାଉତ ମୁଖ୍ୟବକ୍ତା ଭାବରେ ସୌମ୍ୟାଶ୍ରୀ ପଣ୍ଡା, ମାଧ୍ୟମିକ ଶିକ୍ଷକ ସଂଘ ବାଙ୍କୀର ସମ୍ପାଦକ ଭାବଗ୍ରାହୀ ମହାପାତ୍ର, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବଳରାମ ମୁଦୁଲି ପ୍ରମୁଖ ଯୋଗ ଦେଇ ବିଜ୍ଞାନମେଳାର ଚିନ୍ତନ ପ୍ରଦାନ କରିଥିଲେ। କେନ୍ଦୁପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଣାପାଣି ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନିଷ୍ଠ ବିଭାଗରେ ଶୁଭଲକ୍ଷ୍ମୀ ସାହୁ(୧ମ), ସାଇ ପ୍ରଧାନ (୨ୟ), ଜିତ୍‍ପ୍ରକାଶ ଚୌଧୁରୀ(୩ୟ) ଏବଂ ବରିଷ୍ଠ ବିଭାଗରେ ସୂର୍ଯ୍ୟପ୍ରକାଶ ସାହୁ(୧ମ), ହୃଦାନନ୍ଦ ଦାସ ଓ ବିକାଶ ବେହେରା(ଯୁଗ୍ମ ୨ୟ) ଏବଂ ଇପ୍‍ସିତା ମହାନ୍ତି ଓ ନାରାୟଣ ବେହେରା (ଯୁଗ୍ମ ୩ୟ) ସ୍ଥାନ ଅଧିକାର କରି ଯଥାକ୍ରମେ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଛନ୍ତି।

kalyan agarbati

Comments are closed.