www.samajalive.in
Friday, December 12, 2025
17.1 C
Bhubaneswar

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହିରାପଶିରେ ଅବକାରୀ ଚଢାଉ, ୧୫ ଶହ କେଜି ପୋଚ ନଷ୍ଟ

ପାଟଣା : ପାଟଣା ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାଟଣା ବିଡ଼ିଓ ଇଶ୍ଵର ଚନ୍ଦ୍ର ନାଏକଙ୍କ ସହ କେନ୍ଦୁଝର ଭ୍ରାମ୍ୟମାଣ ଅବକାରୀ ଦଳ ଓ ପାଟଣା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନାଧିକାରୀ ବୈଦ୍ୟନାଥ ସାହୁ ଓ ତାଙ୍କ ଦଳଙ୍କ ସହଯୋଗରେ ପାଟଣା ବ୍ଲକ ହିରାପଶି ଗ୍ରାମରେ ଆଜି ଅବକାରୀ ଚଢ଼ାଉ କରାଯାଇଥିଲା । ଚଢ଼ାଉ ଦଳଙ୍କୁ ଦେଖି ଗାଁର ଅଧା ଲୋକ ଘର ଛାଡି ଫେରାର ହୋଇଯାଇଥିବା ବେଳେ ଗ୍ରାମ ଭିତରେ ଓ ଗାଁ ବାହାରେ ଚାଲିଥିବା ଏକାଧିକ ଚୋରା ମଦ ଭାଟିରେ ଚଢ଼ାଉ କରାଯାଇ ମଦ ଭାଟି ଭଙ୍ଗା ଯିବା ସହ ୧୫ ଶହ କେଜିରୁ କିଛି ଅଧିକ ମହୁଲି ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ମଦରନ୍ଧାରେ ବ୍ୟବହୃତ ହାଣ୍ଡି ଡେକିଚି ଓ ଅନ୍ୟାନ୍ୟ ସରଞ୍ଜାମକୁ ଅବକାରୀ ବିଭାଗ ଜବତ କରିଛି । ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଅବକାରୀ ବିଭାଗ ଇନ୍ସପେକ୍ଟର ବେଣୁଧର ସାମଲ ଓ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡି ଚଢ଼ାଉର ନେତୃତ୍ବ ନେଇଥିଲେ ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories