www.samajalive.in
Saturday, December 6, 2025
19.1 C
Bhubaneswar

ଅବକାରୀ ଚଢାଉ: ୭୬ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ରାଇସୁଆଁ ପଞ୍ଚାୟତର ମାର୍ଦ୍ଦା ଗ୍ରାମ ବରବାହାଳି ସାହିରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। କେନ୍ଦୁଝର ଜିଲ୍ଲା ଏବଂ ଢେଙ୍କାନାଳ ଜିଲ୍ଲାର ସୀମାରେ ରହିଥିବା ଏହି ସାହିର ଏକ ଦୋକାନରେ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ଥାନା ଅନ୍ତର୍ଗତ ରୁଡଙ୍ଗ ଗ୍ରାମର କୈଳାଶ ସାହୁ(୫୮) ବୋଲି ଜଣାପଡିଛି। ବିଭାଗୀୟ ସୂଚନା ଅନୁଯାୟୀ, ୭୬ ବୋତଲ ବିଦେଶୀ ମଦ ଜବତ କରାଯାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ମାର୍ଦ୍ଦା ଗ୍ରାମର ପ୍ରସିଦ୍ଧ ଯାତ୍ରାକୁ ଦୃଷ୍ଟିରେ ରଖି କୈଳାଶ ନିଜ ଦୋକାନରେ ବେଆଇନ୍ ଭାବେ ବିଭିନ୍ନ ପ୍ରକାର ବିଦେଶୀ ମଦ ଆଣି ଗଚ୍ଛିତ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଉପ-ଆରକ୍ଷୀ ଶରତ ଚନ୍ଦ୍ର ବାରିକ, ସହକାରୀ ଉପ-ଆରକ୍ଷୀ ପୂର୍ଣ୍ଣଚନ୍ଦ୍ର ସାହା, କନଷ୍ଟେବଳ ସୁମନ୍ତ କୁମାର ସିଂ ଏବଂ ମହିଳା ଅବକାରୀ କନଷ୍ଟେବଳ ଗିତାଞ୍ଜଳି ଭୋଇ ଦୋକାନ ଉପରେ ଚଢାଉ କରିଥିଲେ। ତେଲକୋଇ ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ୍ ଭାବେ ବହୁ ମାତ୍ରାରେ ବିଦେଶୀ ମଦ ବିିିକ୍ରି ହେଉଥିବା ବେଳେ ଦେଶୀ ମହୁଲୀ ମଦ ବିକ୍ରି ମଧ୍ୟ ଜୋର ସୋରରେ ଚାଲିଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଅବକାରୀ ବିଭାଗର ଚଢାଉ ମଦ ମାଫିଆଙ୍କ ମନରେ ଭୟ ସୃଷ୍ଟି କରିବା ସହ ବେଆଇନ ମଦ ବ୍ୟବସାୟ ଉପରେ ଅଙ୍କୁୁଶ ଲାଗିବ ବୋଲି ଅଞ୍ଚଳବାସୀ ଆଶା ପୋଷଣ କରିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories