www.samajalive.in
Saturday, December 6, 2025
19.1 C
Bhubaneswar

ଟିକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଲେ ଜେଏନୟୁର ପୂର୍ବତନ ପ୍ରଫେସର; କହିଲେ ଟିକା ନେବିନାହିଁ

ଦେଶରେ ମେ ୧ ତାରିଖରୁ ୨ୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ପଞ୍ଜାବ ବିଶ୍ଵବିଦ୍ୟାଳୟର ପୂର୍ବତନ ଡିନ୍‌ ତଥା ​‌ଜେଏନୟୁର ପୂର୍ବତନ ପ୍ରଫେସର ଚମନଲାଲ ମୋଦୀଙ୍କ ଫଟୋ ଉପରେ ଆପତ୍ତି ଉଠାଇବା ସହିତ ଟିକା ନେବାକୁ ମନା କରିଦେଇଛନ୍ତି। ସେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ବିରୋଧ ଜଣାଇବା ସହିତ କେତେକ ଦାବି ରଖିଛନ୍ତି।

ଚମନଲାଲ ଚିଠିରେ ଲେଖିଛନ୍ତି ଯେ, ତାଙ୍କର ବୟସ ପ୍ରାୟ ୭୪ ବର୍ଷ ହେବ। ତାଙ୍କୁ କୋଭିଡ-୧୯ ପାଇଁ ଟିକାକରଣର ଆବଶ୍ୟକତା ରହିଛି। କିନ୍ତୁ ବ୍ୟକ୍ତିଗତ ଏବଂ ସାମାଜିକ ସ୍ତରରେ ତାଙ୍କର କିଛି ଆପତ୍ତି ରହିଛି। ଏହି କାରଣରୁ ସେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି ଏବଂ ସେ ଏଥିପ୍ରସ୍ତ ଅନିଚ୍ଛୁକ ମଧ୍ୟ। ତେବେ ଏହାର କାରଣ ମଧ୍ୟ ସେ ଦର୍ଶାଇଛନ୍ତି।

- Advertisement -

ଚମନଲାଲ ଲେଖିଛନ୍ତି, ତାଙ୍କର ଆଶା ରହିଛି ଯେ ଟିକାକରଣ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା ଉପରେ ଦୃଷ୍ଟି ଦିଆଯିବ। କିନ୍ତୁ ଏହି ଟିକା ନ ନେବାର ତାଙ୍କର ପ୍ରଥମ କାରଣ ହେଉଛି, ଟିକାକରଣ ସହିତ ଦିଆଯାଉଥିବା ପ୍ରମାଣପତ୍ର, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ଜୋର ଜବରଦସ୍ତ ଲଗାଯାଇଛି।

ସେ କହିଛନ୍ତି, ବିଶ୍ଵର ଅନ୍ୟ କୌଣସି ଦେଶରେ ଟିକାକରଣ ପ୍ରମାଣପତ୍ର ଉପରେ କୌଣସି ରାଜନେତାଙ୍କ ଫଟୋ ନାହିଁ। ଏହା ଏକ ରାଷ୍ଟ୍ରୀୟ ଅଭିଯାନ, ଯେଉଁଥିରେ ସମ୍ବନ୍ଧିତ କ୍ଷେତ୍ରର ସ୍ବାସ୍ଥ୍ୟ ଅଥବା ଚିକିତ୍ସା ଅଧିକାରୀଙ୍କ ଦସ୍ତଖତ ଏବଂ ମଞ୍ଜୁରୀ ରହିବା ଦରକାର। ଭାରତରେ ଆମପରି ଅସହାୟ ନାଗରିକମାନଙ୍କୁ କ୍ଷମତାସୀନ ନେତାଙ୍କ ଫଟୋ ସହିତ ପ୍ରମାଣପତ୍ର ଦିଆଯାଉଛି। ସେ ଏହାର ନିନ୍ଦା କରୁଛନ୍ତି। ଯଦି ବିଚାର କରାଯାଏ, ତେବେ କ୍ଷମତାସୀନ ଦଳର ନୀତି ଏବଂ ଅବହେଳା କରୋନା ମୃତ୍ୟୁ ଏବଂ ସଂକ୍ରମଣ ବୃଦ୍ଧିର ବଡ଼ କାରଣ। କୋଭିଡ-୧୯ର ୨ୟ ତରଙ୍ଗରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି।

ଚମନଲାଲ ଆହୁରି କହିଛନ୍ତି ଯେ, ଗତ ୭ବର୍ଷ ହେବ ଯେବେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଛନ୍ତି, ସେବେଠୁ ସେ ଚାରିଆଡ଼େ ନିଜର ପ୍ରଚାର କରୁଛନ୍ତି। ଚିଠିରେ ଚମନଲାଲ ନିଜର ବିରୋଧ ଦର୍ଶାଇବା ସହିତ କରୋନା ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ହଟାଇବା ପାଇଁ ଦାବି କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଟିକାକରଣ ପ୍ରମାଣପତ୍ରର ପ୍ରଧାନମନ୍ତ୍ରୀଙ୍କ ଫଟୋର କ’ଣ ଆବଶ୍ୟକତା ରହିଛି ? ଯଦି ଏହା ଜରୁରୀ, ତେବେ କରୋନା ଯୋଗୁ ହେଉଥିବା ମୃତ୍ୟୁ ପାଇଁ ଜାରି ହେଉଥିବା ମୃତ୍ୟୁ ପ୍ରମାଣପତ୍ରରେ ବି ମୋଦୀଙ୍କ ଫଟୋ ଲଗାଯାଉ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories