www.samajalive.in
Saturday, December 6, 2025
16.1 C
Bhubaneswar

ଆସନ୍ତାକାଲି ଭାରତ-ଇୟୁ ନେତୃବୃନ୍ଦ ବୈଠକ

ନୂଆଦିଲ୍ଲୀ : ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶନିବାର ୟୁରୋପୀୟ ପରିଷଦ(ଇୟୁ)ର ବୈଠକରେ ଯୋଗଦେବେ। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଭାରତ-ଇୟୁ ନେତୃବୃନ୍ଦଙ୍କ ବୈଠକର ଆୟୋଜକ ଅଛନ୍ତି। ୟୁରୋପୀୟ ସଂଘ ପରିଷଦର ଅଧ୍ୟକ୍ଷ ଭାବେ ବର୍ତ୍ତମାନ ପର୍ତ୍ତୃଗାଲ କାର୍ଯ୍ୟ ନିର୍ବାହ କରୁଛି ।
୨୭ଟି ୟୁରୋପୀୟ ସଂଘ ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ। ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ୟୁରୋପୀୟ ସଂଘର ବୈଠକ ଗତ ମାର୍ଚ୍ଚ ମାସରେ ହୋଇଥିଲା। ନେତୃବୃନ୍ଦ କୋଭିଡ-୧୯ ମହାମାରୀ ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ସମନ୍ୱୟ ନେଇ ମତ ବିନିମୟ କରିବେ। ଏହା ବ୍ୟତୀତ ଭାରତ -ୟୁରୋପୀୟ ସଂଘ ମଧ୍ୟରେ ସ୍ଥାୟୀ ଓ ନିରନ୍ତର ଅଭିବୃଦ୍ଧି, ଆର୍ଥିକ ବ୍ୟାପାର, ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବ।
ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଭାରତ-ଇୟୁ ବୈଠକ ଏକ ବିଶେଷ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୁଲାଇ ୨୦୨୦ରେ ଅନୁଷ୍ଠିତ ପଞ୍ଚଦଶ ଭାରତ-ଇୟୁ ଶିଖର ବୈଠକ ପରେ ରାଜନୈତିକ ଦୃଷ୍ଟିକୋଣରୁ ଏହି ବୈଠକର ବିଶେଷ ମହତ୍ୱ ରହିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories