www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ୧୨ ସୁଦ୍ଧା ମୁଖ୍ୟ ସମ୍ବାଦ (୭ ମେ ୨୦୨୧)

ଦେଶ ଖବର
ନୂଆଦିଲ୍ଲୀ : ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶନିବାର ୟୁରୋପୀୟ ପରିଷଦ(ଇୟୁ)ର ବୈଠକରେ ଯୋଗଦେବେ

ରାଞ୍ଚି:  ମନର କଥା ନ କହି କାମର କଥା କୁହନ୍ତୁ ମୋଦୀ: ହେମନ୍ତ ସୋରେନ
ମୁମ୍ବଇ:  ବିମାନ ଆମ୍ବୁଲାନ୍ସର ଚକ ବାହାରିଗଲା; ବିମାନ ବନ୍ଦରରେ କଲା ବେଲି ଲ୍ୟାଣ୍ଡିଂ ; ବିମାନଟି ନାଗପୁର ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବାପରେ ତାହାର ଗୋଟିଏ ଚକ ତଳକୁ ଖସିପଡିଲା। ସେଠାରେ କର୍ତ୍ତବ୍ୟରତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଜଣେ ଯବାନ ଏହା ଦେଖି ତୁରନ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ଚଳାଚଳ ନିୟନ୍ତ୍ରକଙ୍କୁ ଜଣାଇଥିଲେ

ନୂଆଦିଲ୍ଲୀ : କରୋନାର କଳା ରୂପ ; ବୃଦ୍ଧାଙ୍କ ଶବ ସତ୍କାର କଲେ ପୁଲିସ , କରୋନାରେ କିଛି ଦିନ ପୂର୍ବରୁ ହୋଇଥିଲା ପୁଅର ମୃତ୍ୟୁ

ନୂଆଦିଲ୍ଲୀ:  ଦେଶରେ ୨୪ ଘଣ୍ଟାରେ ୪.୧୪ ଲକ୍ଷ ନୂଆ ସଂକ୍ରମିତ; ୩୯୧୫ ଆକ୍ରାନ୍ତଙ୍କ ମୃତ୍ୟୁ

ଚେନ୍ନଇ: ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ ​କରିଛନ୍ତି। କରୋନା କଟକଣା ମଧ୍ୟରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତର ଶପଥ ପାଠ କରାଇଛନ୍ତି।

ଭୋପାଳ: ରେମଡେସିଭିର ଇଞ୍ଜେକ୍ସନ ନେଇ ଆସୁଥିବା ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଅବତରଣ ପରେ ବିମାନଟି ରନୱେରୁ ଖସିଯିବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ବିମାନର ଦୁଇ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଉଭୟଙ୍କୁ ସାମାନ୍ୟ ଆଘାତ ଲାଗିଛି।

ରାଜ୍ୟ ଖବର
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ  ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରୁ ଏବଂ ୫୩୨୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବର:  ରାଜ୍ୟରେ ଆଜି ଆଉ ୧୯ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪ ଜଣ ଲେଖାଁଏ ଏବଂ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ୧୪ ଦିନିଆ ତାଲାବନ୍ଦ ଘୋଷଣା କରିଥିଲେ ହେଁ ଅନେକ ଲୋକ ଏହାକୁ ମାନୁନାହାନ୍ତି। ଯାହାଫଳରେ ତାଲାବନ୍ଦ ସତ୍ବେ ରାଜ୍ୟରେ ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲାରେ ଯଥାକ୍ରମେ ୧୮୨୮ ଓ ୯୧୬ ନୂଆ ସଂକ୍ରମିତ ବାହାରିଛନ୍ତି।

ପୁରୀ:  କରୋନା କାୟା ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୁରୀ ଜିଲା କାକଟପୁରରେ ଏକ ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ହୋଇଛି। ପୁଲିସ କେନ୍ଦ୍ରଟିକୁ ସିଲ କରିବା ସହିତ ବହୁ ଉପକରଣ ଓ ନକଲି ପରୀକ୍ଷା ରିପୋର୍ଟ ଜବତ କରିଛି। ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସଙ୍କୁ ଗିରଫ କରାଯାଇଛି।

 

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories